ନୂଆଦିଲ୍ଲୀ: ଏଆଇଏମଆଇଏମର ମୁଖ୍ୟ ତଥା ଲୋକସଭା ସାଂସଦ ଅସଦୁଦ୍ଦୀନ ଓବେସୀ ସଂସଦ ଗୃହରେ ସରକାରଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ଯଦି ୱାକଫ୍ ପ୍ରସ୍ତାବ ଗୃହରେ ଆଗତ କରାଯାଏ ଏବଂ ଆଇନରେ ପରିଣତ କରାଯାଏ ତେବେ ଦେଶରେ ସାମାଜିକ ଅସ୍ଥିରତା ଦେଖାଯିବ ବୋଲି ଖୋଲା ଖୋଲି ଧମକ ଦେଇଛନ୍ତି ଓବେସୀ ।
ଓବେସୀ ଲୋକସଭାରେ ନିଜ ବିବୃତ୍ତିରେ କେନ୍ଦ୍ରର ମୋଦୀ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ମୁଁ ଏକ ସରକାରଙ୍କୁ ସାବଧାନ କରାଇ ଦେଉଛି ଏବଂ ଚେତବନୀ ମଧ୍ୟ ଦେଉଛି, ଯଦି ଆପଣ ବର୍ତ୍ତମାନ ୱାକଫ୍ ବିଧେୟକ ସଂସଦରେ ଆଗତ କରନ୍ତି ଏବଂ ଏହାକୁ ଆଇନରେ ପରିଣତ କରନ୍ତି, ତେବେ ଦେଶରେ ସାମାଜିକ ଅସ୍ଥିରତା ଦେଖାଦେବ । ଏହି ବିଧେୟକକୁ ପୁରା ମୁସଲିମ୍ ସମ୍ପ୍ରଦାୟ ଖାରଜ କରିଛି । ବିଧେୟକର ଡ୍ରାଫ୍ଟରେ ଯଦି ଆଇନ ତିଆରି ହୁଏ ତେବେ ଏହା ଅନୁଚ୍ଛେଦ ୨୫, ୨୬ ଏବଂ ୧୪ର ଉଲ୍ଲଂଘନ ହେବ । ଆମେ କୌଣସି ୱାକପ୍ ସମ୍ପତ୍ତି ଛାଡ଼ିବୁ ନାହିଁ, କିଛି ବି ଛଡ଼ା ଯିବନି ।
ଅଧିକ ପଢ଼ନ୍ତୁ- ଆପ୍ ଦଳର ୨ ନେତାଙ୍କ ବିରୋଧରେ ମାମଲା ରୁଜୁ, ଫ୍ଲାଇଁ କିସ୍ ମାମଲାରେ ଫସିଲେ ବିଧାୟକ
ଓବେସୀ ଆହୁରି କହିଛନ୍ତି, "ଆପଣମାନେ ଏକ ବିକଶିତ ଭାରତ ଗଠନ କରିବାକୁ ଚାହୁଁଛନ୍ତି, ଆମେ ମଧ୍ୟ ଏକ ବିକଶିତ ଭାରତ ଚାହୁଁଛୁ। ଆପଣ ଏହି ଦେଶକୁ ୮୦ ଏବଂ ୯୦ ଦଶକକୁ ଫେରାଇ ନେବାକୁ ଚାହୁଁଛନ୍ତି। ଯଦି ଏପରି କିଛି ଘଟେ, ତେବେ ଏହା ଆପଣଙ୍କର ଦାୟିତ୍ୱ ହେବ। କାରଣ, ଜଣେ ଗର୍ବିତ ଭାରତୀୟ ମୁସଲମାନ ଭାବରେ, ଆମେ ଆମର ମସଜିଦର ଗୋଟିଏ ଇଞ୍ଚ ମଧ୍ୟ ହରାଇବୁ ନାହିଁ। ଆମେ ଆମର ଦରଗାର ଗୋଟିଏ ଇଞ୍ଚ ମଧ୍ୟ ହରାଇବୁ ନାହିଁ। ଆମେ ଏହାକୁ ଅନୁମତି ଦେବୁ ନାହିଁ।" ଆମେ ଆଉ ଏଠାକୁ କୂଟନୈତିକ ଆଲୋଚନା ପାଇଁ ଆସିବୁ ନାହିଁ । ଏହା ସେହି ସଦନ ଯେଉଁଠାରେ ମୋତେ ଠିଆ ହେବାକୁ ପଡିବ ଏବଂ ସଚ୍ଚୋଟ ଭାବରେ କହିବାକୁ ପଡିବ ଯେ ମୋ ସମ୍ପ୍ରଦାୟର ଲୋକମାନେ ଗର୍ବିତ ଭାରତୀୟ। ଏହା ଆମର ସମ୍ପତ୍ତି, କେହି ଆମକୁ ଦେଇ ନାହାଁନ୍ତି । ତୁମେ ଆମଠାରୁ ଏହାକୁ ଛଡ଼ାଇ ନେଇପାରିବ ନାହିଁ । ଆମ ପାଇଁ ୱାକଫ ହେଉଛି ଏକ ପ୍ରକାର ପୂଜା ।
ୱାକଫ ଆଇନରେ ସଂଶୋଧନ ସମ୍ପର୍କିତ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (JPC)ର ରିପୋର୍ଟକୁ ବହୁମତରେ ଗୃହୀତ ହୋଇଥିବା । ଗୁରୁବାର ଦିନ ଜେପିସି ଲୋକସଭା ସଚିବାଳୟରେ ଏହାର ରିପୋର୍ଟ ଦାଖଲ କରିଛି । ଚଳିତ ବଜେଟ୍ ଅଧିବେଶନରେ ମୋଦୀ ସରକାର ୱାକଫ୍ ବିଲ୍ ଆଗତ କରିବାର ସମ୍ଭାବନା ରହିଛି ।