କୋଲକାତା: ଭାରତ-ବାଂଲାଦେଶ ସୀମାରେ ମୁତୟନ ଯବାନଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । କିଛି ବାଂଲାଦେଶୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀଙ୍କ ଉପରେ ଆକ୍ରମଣ ହୋଇଛି । ଫଳରେ ୨ ଜଣ ବିଏସଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ବିଏସ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ କିଛି ବାଂଲାଦେଶୀ ଦକ୍ଷିଣ ଦୀନାପୁର ଜିଲ୍ଲାର ମଲିକାପୁର ଗ୍ରାମ ନିକଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସେଠାରେ ନିୟୋଜିତ ଥିବା ବର୍ଡର ସିକ୍ୟୁରିଟି ଫୋର୍ସ ସେମାନଙ୍କୁ ଧରି ନେଇଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା । ଅନୁପ୍ରବେଶକାରୀମାନେ ଯବାନଙ୍କୁ ଧାରୁଆ ଅସ୍ତ୍ର ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ । ସୁରକ୍ଷାବାହିନୀ ନିଜ ସୁରକ୍ଷା ପାଇଁ ଗୁଳି ଚାଳନା କରିଥିଲା ଏବଂ ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
ବାଂଲାଦେଶୀଙ୍କୁ ଗଙ୍ଗାରାମ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ଆହତ ଯବାନଙ୍କୁ ମଧ୍ୟ ମେଡ଼ିକାଲରେ ଚିକିତ୍ସା କରାଯାଇଛି ।