ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା କୋଚ୍ ରାହୁଲ ଦ୍ରାବିଡ ପୁଣିଥରେ ଚର୍ଚ୍ଚାରେ । ରାହୁଲ ଦ୍ରାବିଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଏକ ଅଟୋ ଡ୍ରାଇଭର ସହିତ ଯୁକ୍ତିତର୍କ କରୁଥିବାର ନଜର ଆସିଛନ୍ତି।
ଅଧିକ ପଢନ୍ତୁ: ସ୍କୁଲରେ ଆଖିବୁଜା ଗୁଳିକାଣ୍ଡରେ ଗଲା ୧୦ଜଣଙ୍କ ଜୀବନ, ଅନେକଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ; ପ୍ରଧାନମନ୍ତ୍ରୀ କହିଲେ ସ୍ୱିଡେନ ଇତିହାସରେ ଏହା ସବୁଠୁ ବଡ଼ ଆକ୍ରମଣ
ଘଟଣା ମୁତାବିକ ରାହୁଲ ଦ୍ରାବିଡ କାରରେ ଯାଉଥିବା ସମୟରେ ଏକ ଅଟୋ ତାଙ୍କ କାରକୁ ଧକ୍କା ଦେଇଥିଲା । ଏହା ପରେ ରାହୁଲ ଦ୍ରାବିଡ ବହୁତ ରାଗିଯାଇଥିଲେ । ସେ ଅଟୋ ଚାଳକଙ୍କ ସହ ମଝିରାସ୍ତାରେ ଯୁକ୍ତିତର୍କ କରିଥିଲେ । ସେଇ ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହୋଇଥିବା ଭିଡିଓରେ ଦ୍ରାବିଡ କନ୍ନଡ ଭାଷାରେ ଡ୍ରାଇଭରକୁ କିଛି କହୁଥିବା ଦେଖିବାକୁ ମିଳିଛି ।