ସମ୍ବଲପୁର: ବୁଢ଼ାରଜାସ୍ଥିତ ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ହେଲା ଉତ୍ତମ ପାଶୱାନ । ସମ୍ବଲପୁର ପୋଲିସ ତାକୁ ଆସାମର ଗୌହ୍ୱାଟୀରୁ ଗରିଫ କରିଛି । ୭ ଦିନିଆ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିବ ବୋଲି ସୂଚନା ରହିଛି।
ମଣପୁରମ୍ କାର୍ଯ୍ୟାଳୟର ଚୋରି ମାମଲାରେ ପୂର୍ବରୁ 2ଜଣଙ୍କୁ ଗିରଫ କରାଯାଇଥିଲା । ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିଲା । ପ୍ରାୟ ଦେଢ଼ ମାସ ପୂର୍ବରୁ ଏହି ଡକାୟତି ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ଗତ ଜାନୁୟାରୀ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ବୁଢ଼ାରାଜାସ୍ଥିତ ମଣପୁରମ୍ କାର୍ଯ୍ୟାଳୟରୁ ହୋଇଥିଲା ସଶସ୍ତ୍ର ଡକାୟତି । ୨୮ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଲୁଟେରା । ଏହି ଘଟଣାର ମାଷ୍ଟର ମାଇଣ୍ଡ ପଲ୍ଲୁ ସିଂ । ଯିଏକି ବିହାର ଜେଲରେ ସଜା କାଟୁଛି ।