ମୟୁରଭଞ୍ଜ: ସ୍ପଷ୍ଟ ଦିବାଲୋକରେ ସରକାରୀ କାର୍ଯ୍ୟାଳୟରେ ଆତଙ୍କ ଖେଳାଇଛନ୍ତି ଲୁଟେରା । ବନ୍ଧୁକ ମୁନରେ ରାଜସ୍ୱ ନିରୀକ୍ଷକଙ୍କ ଠାରୁ କରିଛନ୍ତି ଲୁଟ୍ । ଏଭଳି ଏକ ଖବର ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପାଟବିଲ ଆରଆଇଙ୍କଠାରୁ ହୋଇଛି ଲୁଟ୍ ।
ଗୁରୁବାର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଥିବା ସମୟରେ ଦୁଇ ଜଣ ଲୁଟେରା ପଶିଥିଲେ । କାର୍ଯ୍ୟରତ ଥିବା ଆରଆଇଙ୍କୁ ବନ୍ଧୁକ ଦେଖାଇ ଲୁଟପାଟ କରିଛନ୍ତି । ତାଙ୍କ ନିକଟରୁ ସୁନା ଚେନ୍ ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏ ନେଇ କରଞ୍ଜିଆ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଖବର ପୋଲିସ ଆରଆଇ କାର୍ଯ୍ୟାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।