ସମ୍ବଲପୁର: ସମ୍ବଲପୁର ଜିଲ୍ଲା ସମର୍ଥ ଅନୁଷ୍ଠାନର ସମ୍ପାଦକଙ୍କୁ ରିମାଣ୍ଡରେ ନେଇଛି ଧନୁପାଲି ଥାନା ପୋଲିସ । ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ୩ ଦିନିଆ ରିମାଣ୍ଡରେ ଯାଇଛନ୍ତି । ସମର୍ଥ ଅନୁଷ୍ଠାନ ବିଷୟରେ ଅଧିକ ଖୋଳତାଡ଼ କରିବ ପୋଲିସ ।
ସମର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ଓ କେୟାରଟେକର ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ବେଳର ଭିଡ଼ିଓ ଭାଇରାଲ ହୋଇଥିଲା । ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଉଭୟ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମର୍ଥ ଅନୁଷ୍ଠାନକୁ କଳା ତାଲିକାଭୁକ୍ତ କରାଯାଇ ସମ୍ପାଦକ ହରିଶଚନ୍ଦ୍ର ଦାସ ଏବଂ ସହାୟିକା ସ୍ୱାଗତିକା ପ୍ରଧାନଙ୍କୁ ପୋଲିସ ଗିରଫ କରିଥିଲା ।
ଏହା ସହିତ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ସମସ୍ତ ଅନ୍ତେବାସୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ସମସ୍ତ ୪୨ ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେମାନେ ବେଇଜାମୁଣ୍ଡାସ୍ଥିତ ସରକାରୀ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକ୍ଚର୍ କମ୍ଲେକ୍ସରେ ରହୁଛନ୍ତି । ପରିଚୟ ଓ ସମ୍ବଳ ସେଚ୍ଛାସେବୀ ସଂଗଠନ ଏମାନଙ୍କର ଦେଖାଶୁଣା କରୁଛନ୍ତି ।