ନୂଆଦିଲ୍ଲୀ: ଅନଲାଇନ୍ ଡେଲିଭରି ଆପ୍ ଜେପ୍ଟୋ (Zepto) ଏବେ ଦ୍ରୁତ ଗତିରେ ବଜାରକୁ କବଜା କରିବାକୁ ଲାଗିଛି । ବ୍ଲିଙ୍କିଟ୍, ଜୁମାଟୋ, ଆମାଜନ୍ ଓ ବିଗ୍ ବାସ୍କେଟ୍ କୁ ଟକ୍କର ଦେଉଛି ଜେପ୍ଟୋ । ଘର କରଣା ଜିନିଷଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ମାତ୍ର ୧୦ ମିନିଟରେ ଘର ପାଖରେ ପହଁଚାଉଛି । Zepto ଆଇ ଫୋନ୍ (iPhone) ଡେଲିଭରି ମଧ୍ୟ କରୁଛି । ଏହା ପରେ ପ୍ରଥମ ଥର କାର୍ ଡେଲିଭରି କରିବାକୁ ଯାଉଛି ଏହି ସଂସ୍ଥା । କାର୍ ଡେଲିଭରି କରିବାର ଦେଶରେ ପ୍ରଥମ ହୋମ୍ ଡେଲିଭରି ସଂସ୍ଥା ହେଉଛି Zepto ।
ଅଧିକ ପଢ଼ନ୍ତୁ- କେନ୍ଦ୍ର ସରକାରଙ୍କୁ ଓବେସୀଙ୍କ ଚେତାବନୀ, ୱାକଫ୍ ଆଇନ ଆସିଲେ ଦେଶରେ ଦେଖାଦେବ ସାମାଜିକ ଅସ୍ଥିରତା
ଜେପ୍ଟୋ (Zepto)ରେ ମିଳିବ ସ୍କୋଡା କମ୍ପାନୀ କାର୍ । ଏ ନେଇ ଜେପ୍ଟୋ ଏବଂ ସ୍କୋଡା ମଧ୍ୟର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏ ନେଇ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଜେପ୍ଟୋ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛି । ଏହା ଫେବୃଆରୀ ୮ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି ।
ଜେପ୍ଟୋ ଦେଶର ୧୦ଟି ମେଟ୍ରୋ ସହରରେ ନିଜର କାମ କରୁଛି । ଘର ସାମଗ୍ରୀ, ଫଳ, ପନିପରିବା, ଇଲେକ୍ଟ୍ରୋନିକ୍ସଠାରୁ ଆରମ୍ଭ କରି ସମସ୍ତ ଜିନିଷ ଜେପ୍ଟୋ ଡେଲିଭରି କରୁଛି ।