ମୁୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମା ବିସ୍ଫୋରକ ଶତକୀୟ ଇନିଂସ ଖେଳି ଅନେକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ଓପନିଂ ବ୍ୟାଟର ଭାବେ ଅଭିଷେକ ଶର୍ମା ୫୪ ବଲରୁ ୭ ଚୌକା ଓ ୧୩ ଛକା ସହ ୧୩୫ ରନ କରିଛନ୍ତି । ଏହା ଭାରତ ପାଇଁ ସବୁଠୁ ବଡ ଟି-୨୦ ଇନିଂସ । ଅଭିଷେକ ଶୁଭମନ ଗିଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗିଲ୍ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୨୬ ରନର ଇନିଂସ ଖେଳିଥିଲେ ।
ଅଭିଷେକ ଶର୍ମା ମାତ୍ର ୩୭ ବଲରୁ ନିଜର ଟି-୨୦ ଅନ୍ତର୍ଜତୀୟର ଦ୍ୱିତୀୟ ଶତକ ପୂରଣ କରିଛନ୍ତି । ଅଭିଷେକ ଶର୍ମା କ୍ରିକେଟର ସବୁଠୁ ଏହି ଛୋଟ ଫର୍ମାଟରେ ଆଇସିସିର ପୂର୍ଣ୍ଣ ସଦସ୍ୟ ଦେଶ ଭାବେ ଦ୍ୱିତୀୟ ଶତକ ହାସଲ କରିଛନ୍ତି । ମୋଟାମୋଟି ପୂର୍ଣ୍ଣ ସଦସ୍ୟ ଦେଶର ଖେଳାଳି ହିସାବରେ ଅଭିହେକ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ତୃତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି । ରୋହିତ ଶର୍ମାଙ୍କ ରେକର୍ଡ ଅଳ୍ପକେରୁ ବର୍ତ୍ତି ଯାଇଛି । କାରଣ ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୫ ବଲରୁ ଶତକ ହାସଲ କରିଥିଲେ ।
ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ବ୍ୟାଟର ହୋଇଛନ୍ତି । ସେ ୧୩ ଛକା ମାରି ରୋହିତଙ୍କ ରେକର୍ଡ ଭାଙ୍ଗିଛନ୍ତି । ହିଟମ୍ୟାନ ୧୦ ଛକା ମାରି ରେକର୍ଡ ନିଜ ନାମରେ କରିଥିଲେ । ଅଭିଷେକ ପାୱାର ପ୍ଲେରେ ସର୍ବାଧିକ ରନ ହାସଲ କରିବାରେ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ଜୟସ୍ୱାଲ ୫୩ ରନ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ୧୭ ବଲରୁ ଅର୍ଦ୍ଧଶତକ ହାସଲ କରି ଦ୍ୱିତୀୟ ସର୍ବାଧିକ ଅର୍ଦ୍ଧଶତକହାସଲକାରୀ ବ୍ୟାଟର ହୋଇଛନ୍ତି ।
ଇଲ ହିସାବରେ ଟି-୨୦ରେ ଦ୍ରୁତତମ ଶତକ
୩୫- ରୋହିତ ଶର୍ମା ବନାମ ଶ୍ରୀଲଙ୍କା, ୨୦୧୭
୩୫- ଡେଭିଡ ମିଲର ବନାମ ଶ୍ରୀଲଙ୍କା, ୨୦୧୭
୩୭- ଅଭିଷେକ ଶର୍ମା ବନାମ ଇଂଲଣ୍ଡ, ୨୦୨୫
୩୯- ଜନସନ ଚାର୍ଲ୍ସ ବନାମ ଜିମ୍ବାେଓ, ୨୦୨୩
ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ସବୁଠୁ ଅଧିକ ଛକା
୧୩ ଅଭିଷେକ ଶର୍ମା ବନାମ ଇଂଲଣ୍ଡ, ୱାଙ୍ଖେଡେ ୨୦୨୫
୧୦ ରୋହିତ ଶର୍ମା ବନାମ ଶ୍ରୀଲଙ୍କା, ଇନ୍ଦୋର ୨୦୧୭
୧୦ ସଞ୍ଜୁ ସାମସନ ବନାମ ଦକ୍ଷିଣ ଆଫ୍ରିକା, ଡର୍ବାନ ୨୦୨୪
୧୦ ତିଳକ ବର୍ମା ବନାମ ଦକ୍ଷିଣ ଆଫ୍ରିକା, ଜୋବର୍ଗ ୨୦୨୪