କଟକ: ବାରବାଟୀରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଚାଲିଛି ଟିକେଟ୍ ବିକ୍ରି; ୪ଟାରେ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଅଧଘଣ୍ଟାରେ ଅଧା ଟିକେଟ୍ ବିକ୍ରି ହୋଇଯାଇଛି । ୨ ଓ ୪ ନମ୍ବର ଏହି ୨ଟି ଗ୍ୟାଲେରୀର ଟିକେଟ୍ ବିକ୍ରି ହୋଇସାରିଛି । ମୋଟ୍ ୪ ହଜାର ଟିକେଟ୍ ଅନଲାଇନ୍ରେ ବିକ୍ରି କରିବାକୁ ଓସିଏ ସ୍ଥିର କରିଛି ।
ଫେବୃୟାରୀ ୯ରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଆଶାୟୀ ଅଛନ୍ତି କିକ୍ରେଟପ୍ରେମୀ । ଏଥିପାଇଁ ଟିକେଟ୍ ବୁକ୍ କରୁଛନ୍ତି । ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍ ବ୍ରାଉଜରରେzomato.in ଲଗ୍ ଇନ କରି ଟିକଟ୍ ବୁକ୍ କରିହେବ। ୫ ଓ ୬ ତାରିଖରେ କାଉଣ୍ଟର ଯାଇ ଦର୍ଶକ ଟିକେଟ କିଣି ପାରିବେ । ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯିବ ।
ଜାଣନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ
- ଗ୍ୟାଲେରୀ ୨- ୯୦୦ ଟଙ୍କା
- ଗ୍ୟାଲେରୀ ୪- ୯୦୦ ଟଙ୍କା
- ଗ୍ୟାଲେରୀ ୭- ୭୦୦ ଟଙ୍କା
- ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା
- ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା
- ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା