ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ର ରୋମାଞ୍ଚ ଦେଖିବାକୁ ମିଳିବ। ଦୁବାଇ ଓ ଶାରଜାରେ ଖେଳାଯିବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ରେ ଆଜି ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ବାଂଲାଦେଶ ଓ ସ୍କଟଲାଣ୍ଡର ମହିଳା ଦଳ ମଧ୍ୟରେ ଖେଳାଯିବ। ଦ୍ବିତୀୟ ମ୍ୟାଚ୍ରେ ପାକିସ୍ତାନକୁ ଶ୍ରୀଲଙ୍କା ଭେଟିବ।
ଶାରଜାରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହେବ। ଏହାପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରୁ ଶାରଜାରେ ଖେଳାଯିବ। ସେହିପରି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୪ରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ।
ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପର ଫାଇନାଲ୍ ଅକ୍ଟୋବର ୨୦ରେ ଖେଳାଯିବ। ୧୮ ଦିନ ମଧ୍ୟରେ ମୋଟ ୨୩ଟି ମ୍ୟାଚ୍ ଦେଖିବାକୁ ମିଳିବ। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ବାଂଲାଦେଶରେ ଆୟୋଜନ ହେବାର ଥିଲା, କିନ୍ତୁ ସେଠାକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇସିସି ଏହାକୁ ସେଠାରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଏହା ନବମ ସଂସ୍କରଣ।
ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗ୍ରୁପ୍ 'ଏ'ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ଗ୍ରୁପ୍ 'ବି'ରେ ବାଂଲାଦେଶ, ଇଂଲଣ୍ଡ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ରହିଛନ୍ତି।
ବାଂଲାଦେଶ ଦଳ: ନିଗାର ସୁଲତାନା ଜୋତି (ଅଧିନାୟକ), ନାହିଦା ଅକ୍ତାର, ମୁର୍ସିଦା ଖାତୁନ, ଶୋର୍ନା ଅଖତର, ରିତୁ ମୋନି, ଶୋଭନା ମୋଷ୍ଟାରୀ, ରାବିହ, ସୁଲତାନା ଖାତୁନ, ଫାହିମା ଖାତୁନ, ମାରୁଫା ଅକ୍ତାର, ଜାହାନାରା ଆଲାମ, ଦିଲାରା ଅକ୍ତାର, ତାଜ ନେହାର, ଶାତୀ ରାଣୀ, ଦିଶା ବିଶ୍ୱାସ।
ସ୍କଟଲାଣ୍ଡ ଦଳ: କ୍ୟାଥରିନ୍ ବ୍ରାଇସ୍ (ଅଧିନାୟକ), ସାରା ବ୍ରାଇସ୍ (ଉପଅଧିନାୟକ), ଲୋର୍ନା ଜ୍ୟାକ୍-ବ୍ରାଉନ୍, ଆବି ଏଟକେନ୍-ଡ୍ରମଣ୍ଡ୍, ଅବ୍ଟା ମକସୁଦ, ସାସ୍କିଆ ହର୍ଲି, କ୍ଲୋଇ ଆବେଲ୍, ପ୍ରିୟନାଜ ଚାଟାର୍ଜୀ, ମେଗାନ୍ ମ୍ୟାକ୍କଲ୍, ଡି'ଆର୍ସି କାର୍ଟର୍, ଆଇଲ୍ସା ଲିଷ୍ଟର୍, ହାନ୍ନା ରାଇନି, ରାଚେଲ୍ ସ୍ଲାଟର, କ୍ୟାଥରିନ୍ ଫ୍ରେଜର୍, ଅଲିଭିଆ ବେଲ୍।
ପାକିସ୍ତାନ ଦଳ: ଫାତିମା ସନା (ଅଧିନାୟକ), ଆଲିଆ ରିଆଜ୍, ଡାଏନା ବେଗ୍, ଗୁଲ ଫିରୋଜା, ଇରାମ ଜାଭେଦ, ମୁନିବା ଅଲ୍ଲୀ, ନସରା ସୁନ୍ଧୁ, ନିଦା ଦର, ଓମାଇମା ସୋହେଲ, ସଦାଫ ଶାମସ, ସାଦିଆ ଇକବାଲ (ଫିଟନେସ ବିଷୟରେ), ସିଦ୍ରା ଅମିନ, ସୟଦା ଅରୁବ ଶାହ, ତସ୍ମିୟା ରୁବାବ, ତୁବା ହାସନ।
ଶ୍ରୀଲଙ୍କା ଦଳ: ଚମାରୀ ଅଠପଥୁ (ଅଧିନାୟକ), ଅନୁଷ୍କା ସଞ୍ଜୀୱାନୀ, ହର୍ଷିତା ମାଧବୀ, ନୀଳାକ୍ଷିକା ଡି ସିଲଭା, ଇନୋକା ରଣବୀରା, ହସିନୀ ପେରେରା, କବିଶା ଦିଲହାରୀ, ସଚିନୀ ନିସାନସାଲା, ବିଶ୍ୱି ଗୁନାରତ୍ନେ, ଉଦେଶିକା ପ୍ରବୋଧନୀ, ଅଚିନି କୁଲାସୁରିଆ, ସୁଗନ୍ଦିକା କୁମାରୀ, ଇନୋଶୀ ପ୍ରିୟଦର୍ଶିନୀ, ଶାଶିନୀ ଗିମ୍ହାନି, ଆମ କାଞ୍ଚନା।