ଭାରତୀୟ କ୍ରିକେଟର ବିରାଟ କୋହଲି ଭାରତ ଛାଡ଼ି ଲଣ୍ଡନରେ ରହିବାକୁ ମନ ବଳାଉଛନ୍ତି । ନିଜ ପରିବାର ସହ ଖୁବ୍ଶୀଘ୍ର ସେ ଲଣ୍ଠନକୁ ସ୍ଥାନାନ୍ତର ହୋଇପାରନ୍ତି । ତେବେ ଦୀର୍ଘ ଦିନ ହେବ ବିରାଟ ଲଣ୍ଠନରେ ରହିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ବିରାଟଙ୍କ ପିଲାବେଳର କୋଚ ରାଜକୁମାର ଶର୍ମା ଏ କଥା ସ୍ପଷ୍ଟ କରିଛନ୍ତି । ତାଙ୍କ କହିବାନୁଯାୟୀ ବିରାଟ ପତ୍ନୀ ଅନୁଷ୍କା ଓ ନିଜ ୨ ପିଲାଙ୍କୁ ଧରି ସ୍ଥାୟୀ ଭାବେ ଖୁବ୍ଶୀଘ୍ର ଲଣ୍ଠନରେ ରହିବେ ।
କିଛି ବର୍ଷ ହେବ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହ ଲଣ୍ଠନରେ ଢେର ସମୟ ବିତାଇଛନ୍ତି । ଏପରିକି ଦ୍ୱିତୀୟ ସନ୍ତାନ ଅକାୟଙ୍କ ଜନ୍ମ ପରଠାରୁ ଅନୁଷ୍କା ଲଣ୍ଠନରେ ରହୁଛନ୍ତି । ତେବେ କୋହଲିଙ୍କ ଖେଳ ଜୀବନ ସରି ସରି ଆସୁଥିବା ବେଳେ ସେ ପରବର୍ତ୍ତୀ ସମୟ ପରିବାର ସହ ଲଣ୍ଠନରେ କାଟିବେ ବୋଲି ଜଣାପଡିଛି । ବିଶେଷ କରି ଦୁଇ ପିଲାଙ୍କ ଭବିଷ୍ୟତ ଗଢିବା ପର୍ଯ୍ୟନ୍ତ ସେ ଲଣ୍ଠନରେ ରହିବେ । ଏଥିପାଇଁ ତାଙ୍କୁ ବ୍ରିଟିଶ ନାଗରିକତ୍ୱ କିମ୍ବା ଦ୍ୱୈତ ନାଗରିକତା ଗ୍ରହଣ କରିବାକୁ ପଡିପାରେ ।