ଭଦ୍ରକ: ଭଦ୍ରକ ଜିଲ୍ଲା ପାଇଁ ଖୁସି ଖବର। ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ମୁଖ୍ୟମନ୍ତ୍ରୀ ଭଦ୍ରକରେ ବୟନ ପାର୍କ ପାଇଁ ୪୩୮୨ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ସୂଚନା ଦେଇଛନ୍ତି। ଆଇଓସିଏଲ୍ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ଉଲେଖଯୋଗ୍ୟ ଏମ୍ସିପିଏଲ୍ ସହଯୋଗରେ ଭଦ୍ରକରେ ବୟନ ପାର୍କ ନିର୍ମାଣ କରାଯିବ। ଏହି ମିଳିତ ଉଦ୍ୟମ ଓଡ଼ିଶାର ଅର୍ଥନୀତିକୁ ଯଥେଷ୍ଟ ବୃଦ୍ଧି କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସ୍ଥିର ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଏହି ପ୍ରକଳ୍ପରେ ୪୩୮୨.୨୧ କୋଟି ଟଙ୍କା ବିନିଯୋଗ କରାଯିବ । ଏଥିରେ ୯୦୦ ଟିପିଡି କ୍ରମାଗତ ପଲିମେରାଇଜେଶନ (ସିପି) ୟୁନିଟ୍ ସହିତ ଟେକ୍ସଚରଡ ୟାର୍ନ (ଡିଟିଓ୍ବାଇ), ଏଫ୍ଡିଓ୍ବାଇ, ପଲିଷ୍ଟର ଚିପ୍ସ ଏବଂ ଆନୁଷଙ୍ଗିକ ସୁବିଧା ରହିଛି।