ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ପୁଣି ଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଦୁଇ ଶକ୍ତିଶାଳୀ ଦଳ । ଯେବେ ଏହି ଦୁଇ ଦଳ ମଧ୍ୟରେ ମୁକାବିଲା ହୁଏ ପ୍ରଶଂସକଙ୍କ ହୃଦ ସ୍ପନ୍ଦନ ଅଧିକ ବଢିଯାଏ । ଏହି ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଏଥିସହ ଦିନିକିଆ ଫର୍ମାଟରେ ଭାରତୀୟ ଦଳର ଟସ୍ ହାରିବା ଧାରା ଜାରି ରହିଛି । ଆଉ ଟସ୍ ହାରି ଭାରତ ପ୍ରଥମେ ବୋଲିଂ କରିବାକୁ ଯାଉଛି ।
ଅଷ୍ଟ୍ରେଲିଆ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି । କୁପର କନୋଲିଙ୍କୁ ମାଥ୍ୟୁ ସର୍ଟଙ୍କ ସ୍ଥାନରେ ଏବଂ ଜନସନଙ୍କ ବଦଳରେ ସାଂଘାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ଘଟିନି । ସେହି ସମାନ ଚୂଡାନ୍ତ ଏକାଦଶକୁ ନେଇ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ଟସ୍ ହାରିବା ପରେ ରୋହିତ କହିଛନ୍ତି ଯେ, ଟସ୍ ଜିତିଥିଲେ ମୁଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତି ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ୍, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ।
ଅଷ୍ଟ୍ରେଲିଆ ଦଳ
ଟ୍ରେଭିସ ହେଡ, କୁପର କନୋଲି, ଷ୍ଟିଭ ସ୍ମିଥ, ମାର୍ନସ ଲାବୁସେନ, ଜୋସ ଇଙ୍ଗଲିସ, ଆଲେକ୍ସ କେରି, ଗ୍ଲେନ ମ୍ୟାକ୍ସୱେଲ, ବେନ ଡ୍ୱେରସିସ, ନାଥନ ଏଲିସ, ଆଡମ ଜାମ୍ପା, ତନଭୀର ସାଂଘା ।