କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଏକ ଅଙ୍ଗନାବାଡ଼ି କେନ୍ଦ୍ରରେ ଅଘଟଣ । ଅଙ୍ଗନାବାଡ଼ି କେନ୍ଦ୍ରର କର୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଚମ୍ପୁଆ ଥାନା ନାରଦପୁର ଅଙ୍ଗନବାଡ଼ି କେନ୍ଦ୍ରରୁ ଆସିଛି ଏଭଳି ଘଟଣା ।
ମୃତ ଅଙ୍ଗନବାଡ଼ି କର୍ମୀ ହେଉଛନ୍ତି ମାଣିକ ବାରିକ । ମୃତଦେହ ନିକଟରୁ ଏକ ସୁଇସାଇଡ଼ ନୋଟ ବି ପୋଲିସ ଜବତ କରିଛି । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।