ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଦୁଇ ବଖରା ଘରର ଆଜବେଷ୍ଟସ ଉଡିଯାଇଥିଲା । ଏଥିରେ ଦମ୍ପତ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଆଜି ଦେଉଳି ବଡ଼ସାହିର ଅଶୋକ କୁମାର ମଲିକ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ବାଣ ବେପାରୀ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତନାଘନା କରିଛି । ଦୀର୍ଘଦିନ ହେବ ଏହି ବେଆଇନ ବାଣ କାରବାରରେ ଜଡ଼ିତ ଥିବା ଅଶୋକ ପୂର୍ବରୁ ଗିରଫ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।