କେନ୍ଦ୍ରାପଡା: ସମସ୍ତଙ୍କ ମନ ଜିଣିଛନ୍ତି କୁନି ଝିଅ ଶ୍ରିଷ୍ଟି । ପାଠ ପଢିବା ସହିତ ଖେଳକୁଦରେ ମଧ୍ୟ ବେଶ ଆଗ୍ରହ । ତାଙ୍କୁ ବୟସ ମାତ୍ର ତିନି ବର୍ଷ । ଏତେ ଛୋଟ ବୟସରୁ ତାଙ୍କୁ ଆଣିଦେଇଛି ଅନେକ ସଫଳତା । ଏହି ସଫଳତା ପଛରେ ରହିଛି ତାଙ୍କ ମା’ଙ୍କ ଅବଦାନ । ପିଲାଟିର ପ୍ରଥମ ଗୁରୁ ହେଉଛନ୍ତି ମା’। ପିଲାମାନଙ୍କ ପାଠପଢ଼ା ହେଉ କି ଖେଳକୁଦ, ନୃତ୍ୟ ଓ ସଙ୍ଗୀତର ସଫଳତା ପଛରେ ମାଆଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ମା’ମାନଙ୍କ ସଂଘର୍ଷର ଏମିତି ବହୁ ଉଦାହରଣ ମଧ୍ୟ ରହିଛି । ତେବେ ଶ୍ରିଷ୍ଟିଙ୍କ ସଫଳତା ପଛରେ ବି ତାଙ୍କ ମା’ଙ୍କ ସଂଘର୍ଷ ବେଶ ପ୍ରଶଂସନୀୟ । କାହିଁକି ନା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ଭାଗନେଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଶ୍ରିଷ୍ଟି । ଶ୍ରିଷ୍ଟି ଦିଲ୍ଲୀରୁ ଆସିବା ପରେ ଘରକୁ ପ୍ରଶଂସାର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ମହେଶର ବାମ ଗୋଡରେ ବାଜିଛି ଗୁଳି
ସୂଚନା ଅନୁସାରେ ତିନିବର୍ଷ ଦଶମାସ ବୟସର ଶ୍ରିଷ୍ଟି ମଲ୍ଲିକ ଛୋଟ ବୟସରେ ନିଜ ଭିତରେ ଥିବା ପ୍ରତିଭା ପାଇଁ ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଞ୍ଚାୟତ ଅଣ୍ଡରା ଗାଁର ପୂର୍ବତନ ସରପଞ୍ଚ ସଂଜୀବ ମଲ୍ଲିକଙ୍କ ତିନିବର୍ଷ ଦଶମାସର ନାତୁଣୀ ଶ୍ରିଷ୍ଟି ମଲ୍ଲିକ l ଶ୍ରିଷ୍ଟି ମଲ୍ଲିକଙ୍କ ସଫଳତା ପଛରେ ରହିଛି ମାଆ ମନ୍ଦାକିନୀଙ୍କ ସହଯୋଗ । ସବୁଠୁ ବଡ କଥା ଶ୍ରିଷ୍ଟି ଏତେ କମ୍ ବୟସରେ ଇଂରାଜୀ, ହିନ୍ଦି ରାଇମସ, ମଣିଷ ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ନାମ,ଫୁଲଫଳ, ପଶୁପକ୍ଷୀଙ୍କ ନାମ ସହଜରେ ମନେ ରଖିଛନ୍ତି । ଚଳିତବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି ଶ୍ରିଷ୍ଟି । ତେଣୁ ପିଲାମାନଙ୍କୁ ପାଠ ପଢ଼ାରେ ନିୟୋଜିତ କରିବା ସହ ଖେଳକୁଦ ପାଇଁ ସହଯୋଗ କଲେ ସେମାନଙ୍କ ପ୍ରତିଭା ସାମ୍ନାକୁ ଆସିବ।