ସମ୍ବଲପୁର: ଏନକାଉଣ୍ଟର କରିଛି ସମ୍ବଲପୁର ପୋଲିସ । ସମ୍ବଲପୁର ସ୍ଥିତ ଏୟାରଷ୍ଟ୍ରିପ ରାସ୍ତାରେ ପୋଲିସ ଏନକାଉଣ୍ଟର କରିଛି । ମିଳିଥିବା ସୂଚନା ଅନୁସାରେ ଦୁର୍ଦ୍ଦାନ୍ତ ଅପରାଧୀ ମହେ କୁମାରକୁ ଗୁଳି ମାରି ଏନକାଉଣ୍ଟର କରାଯାଇଛି । ଗୁଳିଟି ଅପରାଧୀର ବାମ ଗୋଡରେ ବାଜିଛି । ଏହାପରେ ସଙ୍ଗେସଙ୍ଗେ ମହେଶକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ମହେଶ ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି ପୋଲିସ । ଗତକାଲି ଦୁର୍ଦ୍ଦାନ୍ତ ଅପରାଧୀ ମହେଶ ବନ୍ଧୁକ ଦେଖାଇ ୪୦ ହଜାର ଟଙ୍କା ଲୁଟ୍ ମଧ୍ୟ କରିଥିଲା ।