ଭୁବନେଶ୍ୱର : ପୁଣି ଥରେ ବିବାହ କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ରୋଜାଲିନ ପଟ୍ଟନାୟକଙ୍କୁ କଲେ ସାତଜନ୍ମର ସାଥୀ । ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ସେ ମୁମ୍ବାଇରେ ଚାକିରି କରନ୍ତି । ଉଭୟ ପ୍ରେମ ବିବାହ କରିଛନ୍ତି ।
ସୋମବାର ଭୁବନେଶ୍ୱର ଚନ୍ଦକା ରୋସର୍ଟରେ ମନ୍ମଥଙ୍କ ବିବାହ ସମ୍ପନ୍ନ ହୋଇଛି। ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା । ବାଜା ବାଣ ରୋଷଣୀ ସହ ମନ୍ମଥ ବିବାହ ମଣ୍ଡପକୁ ଯାଇଥିଲେ। ରୋଜାଲିନ ଓ ମନ୍ମଥଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଦି ପ୍ରହରେ ସମୟରେ ବାପା ସୁରେଶ ରାଉତରାୟ କିଛି ସମୟ ପାଇଁ ଉପସ୍ଥିତ ଥିଲେ । ବିବାହ ସମୟରେ ମନ୍ମଥଙ୍କ ମା ମାଳତୀ ରାଉତରାୟ ଉପସ୍ଥିତ ଥିଲେ । ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ମଧ୍ଯ ବିବାହରେ ଯୋଗ ଦେଇଥିଲେ। ତେବେ ବିଜେଡି କିମ୍ବା କଂଗ୍ରେସ ଦଳରୁ ଅନ୍ୟ କେହି ନେତା ଏହି ବିବାହ ଉତ୍ସବରେ ସାମିଲ୍ ହୋଇନଥିଲେ । ବିବାହ ସମୟରେ ରିସର୍ଟ ଭିତରେ ଫଟୋ ଉଠା ଉପରେ ମଧ୍ଯ କଟକଣା ଲାଗିଥିଲା ।
ସୂଚନାଯୋଗ୍ୟ କୌଣସି କାରଣବଶତଃ ମନ୍ମଥଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା । ପରେ ରୋଜାଲିନଙ୍କୁ ପ୍ରେମ କରି ବିବାହ କରିଛନ୍ତି ବିଜେଡି ନେତା ।