ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା - ହୁକୁମତୋଳା ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୩ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ୨ ଜଣକୁ ବିଷମକଟକ ଖ୍ରୀଷ୍ଟୀଆନ୍ ହସ୍ପିଟାଲକୁ ପଠା ଯାଇଥିବା ବେଳେ ଅନ୍ୟଜଣକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ଦୁଇ ଜଣଙ୍କ ମଧ୍ୟରୁ ଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି କରିଛି ।