ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଟ । ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଟ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ ମାନେ ହେଲେ ଜୁନିଅର ଆକାଉଣ୍ଟାଟ ରାଜନାରାୟଣ ସାହୁ ଏବଂ ଜିତେନ ପଟ୍ଟନାୟକ।
ସୂଚନା ଅନୁଯାୟୀ ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ (ଏଫଆରକେ) ସମ୍ପର୍କିତ ୬୦ଲକ୍ଷ ଟଙ୍କାରୁ ଅଧିକ ବିଲ୍ ରାଶି ପ୍ରଦାନ କରିବା ବଦଳରେ ଏକ ରାଇସ୍ ମିଲ୍ର ପରିଚାଳକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛନ୍ତି ।ଅଭିଯୋଗକାରୀ ରାଇସ୍ ମିଲ୍ର ପରିଚାଳକ ପୂର୍ବରୁ ଘଟଣା ସଂପର୍କରେ ଅଭିଯୋଗ କରିଥିଲେ ।
ତେବେ ଦୁଇ ଆକାଉଣ୍ଟାଟଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଏହି ସମ୍ପର୍କରେ, ଭିଜିଲାନ୍ସ ପକ୍ଷରୁ ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।