ଶ୍ରାବଣ ମାସରେ ଚାଲିଛି ଆଉ ଆପଣ ହଲାଲ ଚାହା ଦେଉଛନ୍ତି , ହଲାଲ ଶବ୍ଦକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସରେ ଜଣେ ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ଶୁଣି ରେଳ କର୍ମଚାରୀ କହିଛନ୍ତି କି ଚାହା ଭେଜ ଅଟେ ଆଉ ଏଥିରେ ସ୍ପଷ୍ଟ ଲେଖା ମଧ୍ୟ ହୋଇଛି ଏହାକୁ ନେଇ ଯାତ୍ରୀ ଜଣକ ପ୍ରଶ୍ନ କରିଛନ୍ତି ଯେ ତେବେ ଏଥିରେ ହଲାଲ ଶବ୍ଦ ବ୍ୟବହାର କଣ ପାଇଁ ହୋଇଛି । ଆମେ ଶ୍ରାବଣ ମାସ ପାଳନ କରୁଛୁ ଆଉ ତମେ ମାନେ ହଲାଲ ଚାହା ପିଇବାକୁ ଦେଉଛ । ଏହାକୁ ନେଇ କର୍ମଚାରୀ କହିଛନ୍ତି ଏଥିରେ କୌଣସି ପ୍ରକାର ଆମିଶର ବ୍ୟବହାର ହୋଇନାହିଁ ଏହା ସମ୍ପୂର୍ଣ ନିରାମିଷ । ଏହା ପରେ ଯାତ୍ରୀ ଜଣକ ଭିଡ଼ିଓ କରୁଥିବାର ଦେଖିବାକୁ ମିଳିଛି , ରେଳ କର୍ମଚାରୀ ଙ୍କ ବୁଝାଇବା ପରେ ଯାତ୍ରୀ ଜଣଙ୍କ କହିଛନ୍ତି ବର୍ତମାନ ଯାଏଁ ଠିକ ଅଛି ହେଲେ ଆଗକୁ ଏମଟି ହଲାଲ ସାର୍ଟିଫାଏଡ଼ ଜିନଷ ଦେଇ ଆମ ଧାର୍ମିକ ଭାବନାକୁ ଭଙ୍ଗ କରନ୍ତୁ ନାହିଁ , ଯଦି ହେଉଛି ସ୍ୱସ୍ତିକ ସାର୍ଟିଫିକେଟ ବ୍ୟବହାର କରନ୍ତୁ । ଏହିଭଳି ଯୁକ୍ତି ଅନେକ ସମୟ ଧରି ଚାଲିଥିବାର ଦେଖିବାକୁ ମିଳିଥିଲା ।
ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଏହି ଘଟଣା ଏବଂ ହଲାଲ ସାର୍ଟିଫାଏଡ଼ କୁ ନେଇ ଅନେକ ଯୁକ୍ତି ବାଢୁଛନ୍ତି | ଆଉ ଆପଣ ଜାଣିଥିବେ ହଲାଲ ବିଶେଷ କରି ମାଂସ ପାଇଁ ବ୍ୟବହାର ହୁଏ ତ କହିରଖିବାକୁ ଚାହିଁବୁ କି ହଲାଲ ଏକ ଇସ୍ଲାମ ଶବ୍ଦ ହେଲେ ଏହା କେବଳ ମାଂସ ପାଇଁ ବ୍ୟବହାର ହୁଏ ତା ନୁହେଁ , ଇସ୍ଲାମ ଧର୍ମରେ ଏହି ଶବ୍ଦ ର ଅର୍ଥ ହେଉଛି ଆଇନ ଅନୁସାରେ ବ୍ୟବହ୍ରୁତ୍ୟ ବା ଏହା ବ୍ୟବହାର ଯୋଗ୍ୟ ବୋଲି ଇସ୍ଲାମ ଧର୍ମ ରେ ଲିଖିତ ଅଛି । ଏହା ଖାଇବା ଜିନଷ , ମାଂସ ଜାତୀୟ ପଦାର୍ଥ , ମେଡ଼ିସିନ , କସମେଟିକ ସବୁ ଉପରେ ଲାଗୁ ଥାଏ । ହରାମ ଏହାର ଠିକ ବିପରୀତ ଶବ୍ଦ ଯାହା ଇସ୍ଲାମ ଧର୍ମ ରେ ବ୍ୟବହାର ଯୋଗ୍ୟ ନୁହେଁ । ଲିପିସ୍ଟିକ କିମ୍ବା କୌଣସି ପଦାର୍ଥ ଯୋଉଥିରେ ମାଂସ କିମ୍ବା ଚର୍ବି ର ବ୍ୟବହାର ହୁଏ ତାହା ହରାମ ବୋଲି ମନାଯାଏ ।
ଅଧିକ ପଢ଼ନ୍ତୁ : ପୋଖରୀ କୁ ଖସିଲା ବସ୍ : ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ, ୩୫ ଜଣ ଆହତ
ଏବେ ଜାଣିବା କି ହଲାଲ ସାର୍ଟିଫାଏଡ଼ କଣ, ଯେଉଁଥିରେ ଘୁଷୁରୀ ମାଂସର ବ୍ୟବହାର କିମ୍ବା ଚମଡା ହେଉନା କାହିଁକି କିଛି ବି ବ୍ୟବହାର ହୋଇନଥିବା କେବଳ ପ୍ରଡକ୍ସନ ନୁହେଁ ଏହାର ପ୍ୟାକିଂ ରେ ମଧ୍ୟ ଏମିତି ଜିନଷ ଯାହା ଘୁଷୁରୀ ମାଂସ ସହ ଜଡିତ ତାହାବି ବ୍ୟବହାର ହୋଇନଥିବା ଦରକାର । ଯେଉଁଭଳି ସାକାହାରୀ ଲୋକ ଗ୍ରୀନ ଡଟ ଦେଖି ଖାଦ୍ୟ ପ୍ୟାକେଟ କିଣିଥାନ୍ତି ସେଈଭଳି ଇସ୍ଲାମ ସମ୍ପ୍ରଦାୟ ର ଲୋକ ମାନେ ହଲାଲ ସାର୍ଟିଫାଏଡ଼ ମାର୍କ ଦେଖି ଜିନିଷ କିଣିଥାନ୍ତି | ଦୁନିଆରେ ଅନେକ ଇସ୍ଲାମିକ ଦେଶରେ ହଲାଲ ସାର୍ଟିଫାଏଡ଼ ଥିଲେ ହିଁ ଜିନିଷ ବିକ୍ରି କରିବାର ମାନ୍ୟତା ମିଳିଥାଏ | ସେହିଭଳି ଯେଉଁ କମ୍ପାନୀ ସାକାହାରୀ ଜିନିଷ ବିକ୍ରି କରୁଛନ୍ତି ତାଙ୍କୁ ଇସ୍ଲାମିକ ଦେଶରେ ବିଜନେସ କରିବାକୁ ହେଲେ ହଲାଲ ସାର୍ଟିଫିକେଟ ନେବା ବାଧ୍ୟତାମୂଳକ ହୋଇଯାଏ । ଭାରତରେ ହଲାଲ ଇଣ୍ଡିଆ , ହଲାଲ କାଉନ୍ସିଲ ଅଫ ଇଣ୍ଡିଆ ହଲାଲ ସାର୍ଟିଫିକେଟ ପ୍ରଦାନ କରିଥାଏ ।