ପୋଖରୀ କୁ ଖସିଲା ବସ୍ । ୭ ଜଣଙ୍କ ଶିଶୁଙ୍କ ସହିତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ୧୩ ଜଣଙ୍କ ମୂତ୍ୟୁ ହୋଇଥିବା ବେଳେ ୩୫ ଜଣଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ମେଡିକାଲ ରେ ଭର୍ତି କରାଯାଇଥିଲା ହସ୍ପିଟାଲ୍ ରେ ଚିକିତ୍ସା ଧୀନ ଥିବା ଅବସ୍ଥାରେ ଆଉ ୪ ଜଣଙ୍କ ମୂତ୍ୟୁ ହୋଇଥିଲା ।
ସୂଚନା ଅନୁଯାୟୀ , ପ୍ରାୟ ୭୦ ଜଣ ଯାତ୍ରଙ୍କୁ ଧରି ' ବସ୍ ର ସ୍ମୃତି ପରିବହନ ' ନାମକ ଏକ ବସ୍ ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ଡ୍ରାଇଭର ଏକ ଅଟୋ କୁ ସାଇଡ଼ ଦବାକୁ ଯାଇ ଭାରସାମ୍ୟ ହରାଇଥିଲା ଯାହା ଫଳରେ ବସ୍ ଟି ଝଲାକାଠି ଛତ୍ରକୋଣ୍ଡା ନିକଟରେ ରାସ୍ତାକଡ ରେ ଥିବା ପୋଖରୀ କୁ ଖସି ପଡ଼ିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ପାଣି ଭିତରୁ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ରେସକ୍ୟୁ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।