ନୂୂଆଦିଲ୍ଲୀ: ଭାରତକୁ ଏକ ବଡ଼ଧରଣର କୁଟନୈତିକ ବିଜୟ ହାସଲ ହୋଇଛି । ଇରାନ୍ରୁ ୫ ଜଣ ଭାରତୀୟ ନାବିକ ମୁକ୍ତ ହୋଇଛନ୍ତି । ଇସ୍ରାଏଲ ସଂପର୍କିତ ଜାହାଜକୁ ଅକ୍ତିଆର କରାଯିବା ପରେ ଏହି ଭାରତୀୟ ନାବିକମାନଙ୍କୁ ଅଟକ ରଖାଯାଇଥିଲା । ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏହା ସ୍ପଷ୍ଟ କରିଛି । ୫ ଜଣ ନାବିକ ଏବେ ତେହରାନରୁ ଭାରତ ଅଭିମୁଖେ ବାହାରିଛନ୍ତି ।
ମୁକ୍ତ ସଂପର୍କରେ ଭାରତୀୟ ଦୂତାବାସ ଇରାନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଲେଖାଯାଇଛି ଯେ, ଏମ୍ଏସ୍ସି ଏରିଜ (ଇସ୍ରାଏଲ ସଂପର୍କିତ ଜାହାଜ) ଉପରେ ଥିବା ୫ ଭାରତୀୟ ନାବିକଙ୍କୁ ମୁକ୍ତ କରାଯାଇଛି । ବନ୍ଦର ଅବ୍ୱାସ ଦୂତାବାସର ଭାରତୀୟ ବାଣିଜ୍ୟିକ ଦୂତାବାସ ସହିତ ଭଲ ସମନ୍ୱୟ ପାଇଁ ଇରାନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଇସ୍ରାଏଲ ସଂପର୍କିତ ଭାରତୀୟ କାର୍ଗୋ ଜାହାଜକୁ ଇରାନ ଗତମାସ ୧୩ ତାରିଖରେ ନିଜର ଅକ୍ତିଆରକୁ ନେଇଯାଇଥିଲା । ଏହି ଜାହାଜରେ ୧୭ ଜଣ ଭାରତୀୟ ନାଗିରିକ ଯାତ୍ରୀ ଥିଲେ । ଜାହାଜକୁ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କାପର୍ସ ଷ୍ଟ୍ରଟ ଅଫ ହୋର୍ମୁଜ ଜଲଡମରୁମଧ୍ୟ ନିକଟରେ ଜବତ କରାଯାଇଥିଲା । ଏହା ପରେ ୧୮ ଏପ୍ରିଲରେ ୧୭ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ମୁକ୍ତ କରିଦିଆଯାଇଥିଲା । ମହିଳା ନାବିକ କେରଳର ତ୍ରିଶୁରସ୍ଥିତ ନିଜ ଘରକୁ ଫେରିଥିଲେ ।