ନୂଆଦିଲ୍ଲୀ: ଆଜି ସଂସଦରେ ପ୍ରବଳ ହଙ୍ଗାମା ଭିତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କ୍ଷମା ମାଗିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଥିଲେ । ଏଥିପାଇଁ ଲୋକ ସଭାରେ ସୃଷ୍ଟି ହୋଇଥିଲା ହଟ୍ଟଗୋଳ । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଦୃଢ ବିରୋଧ କରିଛନ୍ତି।
ସୋମବାର ସଂସଦରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପରିହାସ କରି କହିଥିଲେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ଆମେରିକା ଗ୍ରସ୍ତରେ ଯାଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ସେଠାରେ ଅନୁରୋଧ କରିଛନ୍ତି । ରାହୁଲଙ୍କ ଏହି ବିବୃତି ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ପ୍ରତିବାଦ କରି କହିଥିଲେ, ଏହି ପ୍ରକାରର ଭାଷଣ କାମ କରିବ ନାହିଁ। ବିରୋଧୀ ନେତାମାନେ ଏତେ ଗମ୍ଭୀର, ଭିତ୍ତିହୀନ ବୟାନ ଦେଇପାରିବେ ନାହିଁ। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ବିଷୟ। ସେ ଆମ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ବିଷୟରେ ଅସମର୍ଥିତ ବିବୃତ୍ତି ଦେଉଥିବା କହି ଦୃଢ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ।
କିରନ ରିଜିଜୁଙ୍କ ଦୃଢ ପ୍ରତିବାଦ ପରେ ସଂସଦରେ କ୍ଷମା ମାଗିଛନ୍ତି ରାହୁଲ ଗାନ୍ଧୀ । କ୍ଷମା ମାଗି ରାହୁଲ ଗାନ୍ଧୀ କହିଥିଲେ, ଆପଣଙ୍କ ମାନସିକ ଶାନ୍ତିକୁ ବିଭ୍ରାନ୍ତ କରିବା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଏହାପରେ କେନ୍ଦ୍ର ଉପରେ ଆଉ ଏକ କଡ଼ା ଆକ୍ରମଣ କରି ଚାଇନା ପ୍ରସଙ୍ଗ ଉଠାଇଥିଲେ ।