ନୂଆଦିଲ୍ଲୀ: ବିଶ୍ୱରେ ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଲା ଭାରତ । ସୈନ୍ୟଶକ୍ତିକୁ ନେଇ ରାଙ୍କିଂ ସ୍ଥିର କରୁଥିବା ଗ୍ଲୋବାଲ ଫାୟାର ପାଓ୍ବାର ପକ୍ଷରୁ ନୂଆ ତାଲିକା ଜାରି ହୋଇଥିବା ବେଳେ ଏଥିରେ ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆମେରିକା । ସେହିପରି ଦ୍ୱିତୀୟ ସ୍ଥାନରେ ରୁଷ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଚାଇନା । ସେହିପରି ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଷଷ୍ଠ ସ୍ଥାନରେ ରହିଛି ବ୍ରିଟେନ, ଫ୍ରାନ୍ସ ସପ୍ତମରେ, ଜାପାନ ଅଷ୍ଟମରେ, ତୁର୍କୀ ନବମ ସ୍ଥାନରେ ଥିବା ବେଳେ ଇଟାଲୀ ରହିଛି ଦଶମ ସ୍ଥାନରେ ।
ଅଧିକ ପଢନ୍ତୁ: କାନାଡା, ଚୀନ ପରେ ଏବେ ଏହି ଦେଶକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝଟକା, କହିଲେ-ଏବେ ୟୁରୋପର ପାଳି
ଭାରତର ଆଧୁନିକ ସାମରିକ ଉପକରଣ, ଉନ୍ନତ ଅସ୍ତ୍ର ପ୍ରଣାଳୀ ଏବଂ ରଣନୀତିକ ଦକ୍ଷତା ହେତୁ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତର ଶକ୍ତି ସୂଚକାଙ୍କ ସ୍କୋର ୦.୧୧୮୪ ରହିଛି । ତେବେ ଗତବର୍ଷ ମଧ୍ୟ ଗ୍ଲୋବାଲ ଫାୟାର ପାୱାର ତାଲିକାରେ ଭାରତର ରାଙ୍କିଂ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଥିବା ଚଳିତ ବର୍ଷ ଏଥିରେ କୌଣସି ପରିବର୍ତ୍ତନ ଘଟିଛି । ଅନ୍ୟପଟେ ଏପଟେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଗତବର୍ଷ ନବମ ସ୍ଥାନରେ ରହିଥିବାବେଳେ ଚଳିତବର୍ଷ ଲିଷ୍ଟରେ ଆହୁରି ତଳକୁ ଖସି ୧୨ନଂ ସ୍ଥାନରେ ରହିଛି ।