ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଏଠାକୁ ଦେଶବିଦେଶର ବିଭିନ୍ନ ପ୍ରାନ୍ଥରୁ କୋଟି କୋଟି ଶ୍ରଦ୍ଧାଳୁ, ସାଧୁ ସନ୍ଥ ଛୁଟି ଆସୁଛନ୍ତି । ମହାକୁମ୍ଭକୁ ନେଇ ପ୍ରତିଦିନ ବିଭିନ୍ନ ଘଟଣା ସାମ୍ନାକୁ ଆସିଛି । ଏହାରି ଭିତରେ ଏକ ଭିଡ଼ିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଜଣେ ସନ୍ଥକୁ ଶେଷ ସମାଧି ଦିଆଯାଉଛି । କୁହାଯାଉଛି ଏହି ଭିଡ଼ିଓ ମହାକୁମ୍ଭରେ ପ୍ରାଣ ଯାଇଥିବା ଜଣେ ଜୁନା ଆଖଡ଼ାର ଜଣେ ୧୪୪ ବର୍ଷୀୟ ସନ୍ଥ । କାରଣ ଭିଡିଓର ପଛରେ ଲେଖାଥିବା ପୋଷ୍ଟରରେ ଏହା ଜୁନା ଆଖାଡ଼ା ବୋଲି ଲେଖା ରହିଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ସାଧୁ ବ୍ରହ୍ମଲୀନ ହୋଇଛନ୍ତିି । ତାଙ୍କ ଶବ ସହ ଅନ୍ତିମ ପ୍ରକି୍ରୟା ଚାଲିଛି ।