କୋଲକାତା: ପଶ୍ଚିମବଙ୍ଗ କୋଲକାତା ଆରଜି କର ମେଡ଼ିକାଲ କଲେଜ ପୁଣି ବିବାଦକୁ ଆସିଛି । ମେଡ଼ିକାଲର ଜଣେ ଦ୍ୱିତୀୟ ବର୍ଷର ଏମବିବିଏସ୍ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ପରଗନା ଜିଲ୍ଲାର କମରହାତୀ ନର୍ଥ-୨୪ ଇଏସଆଇ ମେଡ଼ିକାଲ ଥିବା ତାଙ୍କର ରୁମରୁ ଛାତ୍ରର ମୃତ ଦେହ ମିଳିଛି । ଛାତ୍ର ଜଣକ ହେଲେ ଇଭି ପ୍ରସାଦ (୨୦) । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଇଭିଙ୍କ ମାଆ ଇଏସଆଇ ମେଡ଼ିକାଲରେ ଡାକ୍ତର ଥିବାବେଳେ ବାପା ମୁମ୍ବାଇରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ କାମ କରନ୍ତି । ଗୁରୁବାର ଇଭି ଗୋଟିଏ ରୁମରେ ଏକୁଟିଆ ପାଠ ପଢ଼ୁଥିଲେ ଏବଂ ତାଙ୍କ ଅନ୍ୟ ଏକ ରୁମରେ ଥିଲେ । ତାଙ୍କ ମାଆ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଭାବିଥିଲେ ଝିଅ କବାଟ ବନ୍ଦ କରି ପଢ଼ୁଛି । ସେଥିପାଇଁ ସେ ତାକୁ ଡାକି ନ ଥିଲେ । କିନ୍ତୁ ଅଧିକ ସମୟ ଧରି କବାଟ ନ ଖୋଲିବାରୁ ସେ ଡାକି ଥିଲେ । ମାତ୍ର ଇଭି କବାଟ ଖୋଲି ନ ଥିଲେ । ମାଆ ପଡ଼ୋଶୀଙ୍କୁ ଡାକି କବାଟ ଖୋଲି ଥିଲେ । ସେମାନେ ତାଙ୍କୁ ମେଡ଼ିକାଲରେ ନେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ନ ଥିଲେ ।
ପୋଲିସ ଛାତ୍ରୀଙ୍କ ମୃତ ଦେହକୁ ସୁଗୋର ଦତ୍ତା କଲେଜ୍ ଅଫ୍ ମେଡ଼ିସିନ୍ ଏଣ୍ଡ୍ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲେ । ଏହା ଏକ ଆତ୍ମହତ୍ୟା ମାମଲା ହୋଇଥିବା ସନ୍ଦେହ କରାଯାଉଥିବାବେଲେ ଛାତ୍ରୀଟି କୌଣସି ଏକ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି କୁହାଯାଉଛି । ତେବେ ପୋଲିସ ମାମାଲରେ ତଦନ୍ତ ଆରମ୍ଭ କରିଛି ।