ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ କିଡ଼ନୀ ବିକିବା ପରେ ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ପତ୍ନୀ । ଜଣେ ମହିଳା ତାଙ୍କ ଝିଅର ପାଠପଢା ଓ ଲାଳନପାଳନ ପାଇଁ ଟଙ୍କା ଯୋଗାଡ଼ କରିବା ପାଇଁ ସ୍ୱାମୀଙ୍କୁ କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ପରିବାରର ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ କିଡ଼ନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ। ପ୍ରଥମେ ତାଙ୍କ ସ୍ବାମୀ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ତେବେ କିଡ଼ନୀ ବିକ୍ରି କରିବା ପାଇଁ ମହିଳା ଜଣକ ସ୍ବାମୀଙ୍କୁ ଲଗାତର ଭାବେ ଚାପ ପକାଉଥିଲେ।
କିଡ଼ନୀ ବିକ୍ରି ନ କଲେ ଝିଅର ଭବିଷ୍ୟତ ଖରାପ ହେବ ଏବଂ ସେଥିପାଇଁ ସେ ଦାୟୀ ରହିବେ ବୋଲି ମହିଳା ଜଣକ ସ୍ବାମୀଙ୍କୁ ଧମକ ଦେଇଥିଲେ। ଶେଷରେ କିଡ଼ନୀ ବିକ୍ରି କରିବା ପାଇଁ ମହିଳାଙ୍କ ସ୍ବାମୀ ରାଜି ହୋଇଯାଇଥିଲେ। ସେ ପ୍ରାୟ ବର୍ଷେ ଧରି ତାଙ୍କ କିଡ଼ନୀ ବିକିବା ପାଇଁ ଗ୍ରାହକ ଖୋଜିଥିଲେ। ପରେ ଜଣେ ଗ୍ରାହକ ୧୦ ଲକ୍ଷ ଟଙ୍କାରେ କିଡ଼ନୀ କିଣିବାକୁ ରାଜି ହୋଇଥିଲେ।
ସ୍ୱାମୀ ମଧ୍ୟ ସ୍ତ୍ରୀଙ୍କୁ ବିଶ୍ୱାସ କରି କିଡନୀ ଦେବା ପାଇଁ ରାଜି ହୋଇଯାଇଥିଲେ। ସର୍ଜରୀ ସରିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଆସିଥିଲେ। ତେବେ ଏହି ଟଙ୍କାକୁ ବ୍ୟାଙ୍କରେ ଜମା କରିଦେବେ ବୋଲି କହି ମହିଳା ଜଣକ ସ୍ବାମୀଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇ ପାଖରେ ରଖିଥିଲେ । କିନ୍ତୁ ରାତାରାତି ସେ ୧୦ ଲକ୍ଷ ଟଙ୍କା ନେଇ ଏବେ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି ।
ଅଧିକ ପଢନ୍ତୁ: ହରିୟାଣା ଏବଂ ଦିଲ୍ଲୀ ପୁଲିସର ମିଳିତ ଅପରେସନ: ଫିଲିପାଇନ୍ସରୁ ଯୋଗିନ୍ଦରକୁ ପ୍ରତ୍ୟାବର୍ତ୍ତନ
ଶେଷରେ ଅସହାୟ ସ୍ବାମୀ ବାଧ୍ୟ ହୋଇ ରବିବାର ଉକ୍ତ ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।