ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ । ଏମିତି ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର ଯାହା ଆଗାମୀ ୫ ବର୍ଷ ମଧ୍ୟରେ ଉପଲବ୍ଧ ହେବ । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଅଶ୍ୱିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ୟାଣକାରୀ ଯୋଜନା ଆଣିଛନ୍ତି । ରେଳ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ହେବାକୁ ଯାଉଛି ଏକ ବଡ଼ ଧରଣ ରୂପାନ୍ତରଣ । ସମସ୍ତ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । ଯାତ୍ରୀମାନଙ୍କୁ ଆଉ ପୂର୍ବରୁ ପରି ୱେଟିଂ ଲିଷ୍ଟରେ ରହିବାକୁ ପଡିବ ନାହିଁ । ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚି ପାରିବେ ଯାତ୍ରୀ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଅଧିକ ପଢ଼ନ୍ତୁ : ପତଞ୍ଜଳି କହିଲା ‘ଏଭଳି ଭୁଲ ପୁଣି କେବେ ହେବନି’