ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବୁଧବାର (ଏପ୍ରିଲ ୨୪, ୨୦୨୪) କ୍ଷମା ମାଗିଛନ୍ତି । ଏକ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ପତଞ୍ଜଳି ଖବରକାଗଜରେ ପ୍ରକାଶ ପାଇଛି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ । ଆଜି ସକାଳେ ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି ।
ସୂଚନା ଅନୁସାରେ, କ୍ଷମା ପ୍ରାର୍ଥନାରେ କୁହାଯାଇଛି ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆମେ କମ୍ପାନୀ ଏବଂ ବ୍ୟକ୍ତିଗତ ଭାବରେ ବିନା କୌଣସି ସର୍ତ୍ତରେ ପୁଣିଥରେ କ୍ଷମା ପ୍ରାର୍ଥନା କରୁଛୁ । ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏହା କରୁଛୁ ବୋଲି ସମ୍ବାଦପତ୍ରରେ ଉଲ୍ଲେଖ ରହିଛି । ଏଥିସହ ଆହୁରି କୁହାଯାଇଛି ଯେ, ୨୨ ନଭେମ୍ବର ୨୦୨୩ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ । ଆମର ବିଜ୍ଞାପନ ପ୍ରକାଶନରେ ହୋଇଥିବା ଭୁଲ ପାଇଁ ଆମେ କ୍ଷମା ପାର୍ଥନା କରୁଛୁ । ଆମର କଥା ଦେଉଛୁ ଯେ ଏପରି ଭୁଲ ଆଉ କେବେ ପୁନରାବୃତ୍ତି ହେବ ନାହିଁ । ଭବିଷ୍ୟତରେ ଏହା ପୁଣି କେବେ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି । ଉଭୟେ କହିଛନ୍ତି ଯେ, ଆମେ କୋର୍ଟର ନିର୍ଦ୍ଦେଶ ସବୁବେଳେ ପାଳନ କରିବୁ ବୋଲି ପ୍ରତିଶୃତି ଦେଉଛୁ । ଆମେ ଆଇନ ଏବଂ ନିର୍ଦ୍ଦେଶର ସବୁବେଳେ ପାଳନ କରିବୁ ବୋଲି କହିଛନ୍ତି ବାବା ରାମଦେବ ଏବଂ ବାଲକ୍ରିଷ୍ଣା ।
ଅଧିକ ପଢ଼ନ୍ତୁ : ୨୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ବାଲାଷ୍ଟିକ ମିଶାଇଲର ସଫଳ ପରୀକ୍ଷଣ