ଭାରତ ନିଜର ସାମରିକ ସାମର୍ଥ୍ୟକୁ ମଜବୁତ କରିବାରେ ଲାଗିଛି ଏବଂ ନୂତନ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି । ଭାରତୀୟ ବାୟୁସେନା ବର୍ତ୍ତମାନ ଏକ ଅନନ୍ୟ କ୍ଷମତା ପ୍ରଦାନ କରୁଥିବାରୁ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଯୋଜନା କରୁଛି । ଏହାରି ଭିତରେ ମଙ୍ଗଳବାର ରାତିରେ ମଧ୍ୟମ ଧରଣର ଦୂରଗାମୀ ବାଲିଷ୍ଟିକ ମିଶାଇଲ ନୂତନ ସଂସ୍କରଣରକୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ଏହି ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିଶାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମିଶାଇଲର ଲକ୍ଷ୍ୟଭେଦ କ୍ଷମତା 250 କିଲୋମିଟର ରହିଛି । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଅଧୀନରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣ ଏହାର କାର୍ଯ୍ୟକ୍ଷମତାକୁ ପ୍ରମାଣିତ କରିଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭାରତୀୟ ବାୟୁସେନା ଦ୍ୱାରା ପରୀକ୍ଷିତ ଏହି କ୍ଷେପଣାସ୍ତ୍ର ହେଉଛି ଇସ୍ରାଏଲର ଅରିଜିନ କ୍ରିଷ୍ଟାଲ ମେଜ ୨ (CRYSTAL MAZE 2 ) ବାଲାଷ୍ଟିକ ମିଶାଇଲ ଅଟେ । ଏହା ROCKS ନାମରେ ମଧ୍ୟ ପରିଚିତ ।
ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁସେନା ଦ୍ୱାରା ସୁ-୩୦ ଯୁଦ୍ଧ ବିମାନରୁ ନିକ୍ଷେପ କରାଯାଇଥିଲା । ଅକାଶମାର୍ଗରୁ ନିକ୍ଷେପଣ କ୍ରିଷ୍ଟାଲ୍ ମ୍ୟାଜ୍ ୨ ହେଉଛି ଏକ ବିସ୍ତାରିତ ଷ୍ଟାଣ୍ଡ-ଅଫ୍ ରେଞ୍ଜ୍ ଏୟାର-ଟୁ-ସରଫେସ କ୍ଷେପଣାସ୍ତ୍ର । ଭାରତୀୟ ବାୟୁସେନା ଦ୍ୱାରା ଦୀର୍ଘ ଦୂରଗାମୀ ରାଡାର ଏବଂ ଭାରତୀୟ ଶତ୍ରୁମାନଙ୍କର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭଳି ଟାର୍ଗେଟରେ ଆକ୍ରମଣ କରିବାକୁ ଏହା ଯୋଜନା କରାଯାଇଛି । ଏହି କ୍ଷେପଣାସ୍ତ୍ର ଉପରକୁ ଯିବା ପରେ ଅତି ତୀବ୍ର ବେଗରେ ଏହାର ଲକ୍ଷ୍ୟ ଆଡକୁ ଗତି କରିଥାଏ ।
ଅଧିକ ପଢ଼ନ୍ତୁ : ଅନ୍ଲାଇନ୍ ପେମେଣ୍ଟ ଉପରେ ନିର୍ବାଚନ ଆୟୋଗଙ୍କ ନଜର