ବେଙ୍ଗାଲୁରୁ: କର୍ଣ୍ଣାଟକ କ୍ୟାବିନେଟ୍ କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ ପବ୍ଲିକ ପ୍ରକ୍ୟୋରମେଣ୍ଟ(କେଟିପିପି) ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି । ଏହି ଆଇନରେ ସଂଶୋଧନ କରାଯାଇ ମୁସଲମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି ।
ଚଳିତ ବିଧାନସଭା ଅଧିବେଶନରେ ଏହି ସଂଶୋଧନ ବିଧେୟକକୁ ଉପସ୍ଥାପନ କରାଯାଇପାରେ । ଏହା ପୂର୍ବରୁ ମାର୍ଚ୍ଚ ୭ରେ ସିଦ୍ଧରମୈୟା କହିଥିଲେ ଯେ, ଯେ କୌଣସି ସରକାରୀ କାର୍ଯ୍ୟରେ ୪ ପ୍ରତିଶତ ଠିକାଦାରୀ ମୁସଲିମଙ୍କ ପାଇଁ ସଂରକ୍ଷିତ ରଖାଯିବ । ସିଦ୍ଧରମୈୟା କ୍ୟାବିନେଟର ଏହି ନିଷ୍ପତ୍ତିକୁ ନେଇ ବିଜେପି କଡା ଶବ୍ଦରେ ସମାଲୋଚନା କରିଛନ୍ତି । ବିଜେପି କର୍ଣ୍ଣାଟକ ସରକାରକୁ ଔରଙ୍ଗଜେବଙ୍କ ନୀତିରେ ଚାଲୁଥିବା କହିଛି । ଏହା ସହିତ ମନ୍ତ୍ରିମଣ୍ଡଳ କର୍ଣ୍ଣାଟକ ଲୋକସେବା ଆୟୋଗ(କେପିଏସସି)ରେ ସୁଧାର ଉପାୟ ଉପରେ ଆଲୋଚନା କରିଛନ୍ତି ।
କର୍ଣ୍ଣାଟକରେ ବଜେଟ୍ ପରେ ବିଜେପି କଂଗ୍ରେସ ସରକାର ତୃଷ୍ଟିକରଣ ରାଜନୀତି କରୁଛି । ବିଜେପି ନେତା ୱାକଫ ସଂପତ୍ତିର ମରାମତି, ଆଧାରଭୂତ ସରଞ୍ଚନା ଓ ମୁସଲିମ କବରସ୍ତାନର ସଂରକ୍ଷଣ ପାଇଁ ୧୫୦ କୋଟି ଟଙ୍କାର ପ୍ରସ୍ତାବକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ।