ଅମରାବତୀ: କେନ୍ଦ୍ର ଓ ତାମିଲନାଡୁ ମଧ୍ୟରେ ଜାରି ଭାଷା ବିବାଦରେ ଏବେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ପ୍ରମୁଖ ପବନ କଲ୍ୟାଣଙ୍କ ଏଣ୍ଟ୍ରି ହୋଇଛି । ଉପମୁଖ୍ୟମନ୍ତ୍ରୀ ନିଜ ରାୟ ରଖି କହିଛନ୍ତି, ଭାରତର ଭାଷାର ବିବିଧତାକୁ ସଂରକ୍ଷିତ କରିବା ଆମକୁ ଗୋଟିଏ କି ଦୁଇଟି ନୁହେଁ ବରଂ ବହୁତ ଭାଷାକୁ ସଂରକ୍ଷିତ କରିବାର ଆବଶ୍ୟକତା ରହିଛି । ଏଥିରେ ଭାରତୀୟଙ୍କ ମଧ୍ୟରେ କେବଳ ଭଲ ପାଇବା ବଢିବ ନାହିଁ ବରଂ ଅଧିକ ଏକତା ସୃଷ୍ଟି କରିବ ।
କଲ୍ୟାଣ ଜିଲ୍ଲାର ପିଥାପୁରମ ସହରରେ ଜନସେନା ପାର୍ଟିର ୧୨ତମ ସ୍ଥାପନା ଦିବସ ସମାରୋହରେ ପାର୍ଟିର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କଲ୍ୟାଣ କହିଛନ୍ତି, ଭାରତକୁ ତାମିଲ ସହିତ ଅନେକ ଭାଷାର ଆବଶ୍ୟକତା ରହିଛି । ଆମକୁ ଭାଷାର ବିବିଧତା ଆପଣେଇବା ଉଚିତ୍ । ଏହା ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଜରୁରୀ ।
ଏନଡିଏର ସହଯୋଗୀ ପବନ କଲ୍ୟାଣଙ୍କ ଏହି ଟିପ୍ପଣୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅଭିଯୋଗ ପରେ ଆସିଛି । ଷ୍ଟାଲିନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ତିିନି ଭାଷା ଆପଣାଇବାକୁ ମନା କରିବା ସହ କେନ୍ଦ୍ର ତାମିଲନାଡୁ ଉପରେ ହିନ୍ଦୀ ଭାଷା ଥପୁଥିବା ଅଭିଯୋଗ କରିଛନ୍ତି । କଲ୍ୟାଣ ଡିଏମକେ ନେତାଙ୍କ ନାଁ ନ ନେଇ ତାମିଲନାଡୁ ନେତାଙ୍କୁ ପାଖଣ୍ଡ ବୋଲି କହିଛନ୍ତି ।
ସେ କହିଛନ୍ତି, ସେମାନେ ହିନ୍ଦୀର ବିରୋଧ କରୁଛନ୍ତି ମାତ୍ର ଅର୍ଥ ପାଇଁ ନିଜର ଫିଲ୍ମକୁ ହିନ୍ଦୀରେ ଡବ କରିବାକୁ ଅନୁମତି ଦେଉଛନ୍ତି । ମୁଁ ବୁଝି ପାରୁନି ସେମାନେ ଏମିତି କାହିଁକି କରୁଛନ୍ତି । ସେମାନେ ବଲିଉଡରୁ ଅର୍ଥ ଚାହାନ୍ତି ମାତ୍ର ହିନ୍ଦୀକୁ ସ୍ୱୀକାର କରିବାକୁ କୁଣ୍ଠାବୋଧ କରୁଛନ୍ତି । ଏହା ପଛର ତର୍କ ବୁଝି ପାରୁନି ।