ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଭି ନାରାୟଣନ ବଡ ଖୁସିର ଖବର ଦେଇଛନ୍ତି । କେନ୍ଦ୍ର ସରକାର ଚନ୍ଦ୍ରର ଅଧ୍ୟୟନ କରିବା ପାଇଁ ମହତ୍ୱାକାଂକ୍ଷୀ ‘ଚନ୍ଦ୍ରଯାନ-୫’କୁ ମଞ୍ଜୁରୀ ଦେଇଥିବା ରବିବାର ସୂଚନା ଦେଇଛନ୍ତି । ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଇସ୍ରୋର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଭି ନାରାୟଣନଙ୍କ ସମ୍ମାନରେ ସମାରୋହ ଆୟୋଜିତ କରାଯାଇଛି ।
ଏହି ସମାରୋହରେ ନାରାୟଣନ କହିଛନ୍ତି, ଚନ୍ଦ୍ରଯାନ-୫ ମିଶନ ଆଧାରରେ ଚନ୍ଦ୍ର ପୃଷ୍ଠର ଅଧ୍ୟୟନ କରିବା ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ପ୍ରେରଣ କରାଯିବ । କିନ୍ତୁ ଚନ୍ଦ୍ରଯାନ-୩ ମିଶନରେ ୨୫ କିଲୋଗ୍ରାମର ରୋଭର ପ୍ରଜ୍ଞାନକୁ ଚନ୍ଦ୍ରକୁ ପଠାଯାଇଥିଲା । ନାରାୟଣନ କହିଛନ୍ତି, ଏହି ତିନି ଦିନ ପୂର୍ବେ ଆମକୁ ଚନ୍ଦ୍ରଯାନ-୫ ମିଶନ ପାଇଁ କେନ୍ଦ୍ରର ମଞ୍ଜୁରୀ ମିଳିଛି । ଜାପାନ ସହଯୋଗରେ ଏହି ମିଶନ ପୂରା କରାଯିବ । ଏହା ପୂର୍ବରୁ ଚନ୍ଦ୍ରଯାନ-୪ ମିଶନର ଉଦ୍ଦେଶ୍ୟ ଚନ୍ଦ୍ରରେ ଏକତ୍ରିତ ହୋଇଥିବା ନମୂନାକୁ ଆଣିବା । ୨୦୨୭ରେ ଚନ୍ଦ୍ରଯାନ-୪କୁ ପ୍ରକ୍ଷେପଣ କରାଯିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଇସ୍ରୋ ଚନ୍ଦ୍ରଯାନ-୩ ମିଶନକୁ ସଫଳାପୂର୍ବକ ଉତକ୍ଷେପଣ କରିଥିଲା । ଲ୍ୟାଣ୍ଡର ବିକ୍ରମ ୨୦୨୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାପୂର୍ବକ ଅପତରଣ କରିଥିଲା । ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ବାହାରିଥିଲା । ଆଉ ଇସ୍ରୋକୁ ଅନେକ ବୈଜ୍ଞାନିକ ତଥ୍ୟ ମିଳିଥିଲା । ଏହା ପୂର୍ବରୁ ଚନ୍ଦ୍ରଯାନ ମିଶନ ସଫଳ ହୋଇଥିବା ବେଳେ ଚନ୍ଦ୍ରଯାନ-୨ ବିଫଳ ହୋଇଥିଲା