ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ବଢ଼ୁଥିବାର ଦେଖି ସାମାଜିକ ଗଣମାଧ୍ୟମରେ ଅନେକ ଗୁଜବ ପ୍ରସାରିତ ହେଉଛି । ଏଟିଏମରୁ ପଇସା ମିଲୁନି, ରାସନ ସାମଗ୍ରୀ ମିଳୁନି, ତେଲ ଓ ଗ୍ୟାସ୍ ଇତ୍ୟାଦି ମିଳୁ ନାହିଁ ବୋଲି ଗୁଜଗ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ତେବେ ଏହି ସମୟରେ ଇଣ୍ଡିଆନ ଅଏଲ୍ ଅଫ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ) ବଡ଼ ସୂଚନା ଜାରି କରିଛି ।
ଆଇଓସିଏଲ ନିଜର ଏକ୍ସ ଆକାଉଣ୍ଟରେ ସମସ୍ତ ଗ୍ରାହକଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି । ଆଇଓସିଏଲ୍ କହିଛି, ଦେଶସାରା ପ୍ରଚୁର ପରିମାଣରେ ଇନ୍ଧନ ମହଜୁତ ରହିଛି । ଯୋଗାଣ ଲାଇନ ଗୁଡ଼ିକ ସୁଗମଭାବେ ପରିଚାଳିତ ହେଉଛି । ତେଣୁ ଭୟଭୀତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ । ସମସ୍ତ ଶାଖାରେ ଇନ୍ଧନ ଓ ଏଲପିଜି ଗ୍ୟାସ୍ ମହଜୁଦ ରହିଛି ବୋଲି କୁହାଯାଇଛି । ସେହିପରି ଶାନ୍ତ ରହି ଓ ଅନାବଶ୍ୟକ ଭିଡ଼ରୁ ନିବୃତ୍ତ ରହି ସମଯୋଗ କରିବା କମ୍ପାନୀ ଅନୁରୋଧ କରିଛି ।