ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ଗଣମାଧ୍ୟମ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ସମସ୍ତ ଭାରତୀୟ ଗଣମାଧ୍ୟମକୁ ଲାଇଭ୍ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ତେଣୁ ସୁରକ୍ଷା ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଗଣମାଧ୍ୟମ ପାଇଁ ଏହି ପରାମର୍ଶ ଜାରି କରିଛି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି ବିଜ୍ଞପ୍ତି ଜାରି କରାଯାଇଛି । ଜାତୀୟ ସୁରକ୍ଷା ଦୃଷ୍ଟିରୁ, ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମ, ନ୍ୟୁଜ୍ ଏଜେନ୍ସି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସୁରକ୍ଷା-ସମ୍ବନ୍ଧୀୟ କାର୍ଯ୍ୟ ବିଷୟରେ ରିପୋର୍ଟ କରିବା ସମୟରେ ସର୍ବାଧିକ ଦାୟିତ୍ୱର ସହିତ କାର୍ଯ୍ୟ କରିବା ସହ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ: କାର୍ଗିଲ ଯୁଦ୍ଧବେଳେ ପାକିସ୍ତାନ କହିଲା ମାଧୁରୀ ଓ ରବୀନାଙ୍କୁ ପଠାଅ, ଭାରତ ଉପହାରରେ ଦେଇଥିଲା ‘ରବୀନା ଟଣ୍ଡନ୍ ମିସାଇଲ୍’