ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦ୍ଧର ବାତାବରଣ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଭୟଙ୍କର ଆକ୍ରମଣ କରାଯାଉଛି । ତେବେ ପାକିସ୍ତାନ ଏ ଯାଏ ଭାରତର କିଛି ବି କ୍ଷତି କରିପାରି ନ ଥିବାବେଳେ ଭାରତୀୟ ବାୟୁ ସେନା ପଡ଼ୋଶୀ ଦେଶରେ ତାଣ୍ଡବ କରୁଛି । ଏହାରି ମଧ୍ୟରେ 1971 ଓ 1999 ମସିହା ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଅନେକ ରୋଚକ ଏବଂ ଅଜଣା କଥା ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ରବୀନା ଟଣ୍ଡନ୍ ମିସାଇଲ୍ ।
ପ୍ରକୃତ କଥା ହେଲା 1999 କାର୍ଗିଲ୍ ଯୁଦ୍ଧ ସମୟରେ ଭାରତ କିଛି ସହିଦ ସୈନିକଙ୍କ ପାର୍ଥିବ ଶରୀର ପାକିସ୍ତାନ ସୀମାରେ ଥିଲା । ପାକିସ୍ତାନ ସେମାନଙ୍କୁ ଫେରାଇବାକୁ ଭାରତ ସହିତ ନାଟକ କରିଥିଲା । ଭାରତର ମଜା ଉଡ଼ାଇ କହିଥିଲା ଯଦି ସୈନ୍ୟଙ୍କ ମୃତ ଦେହ ନବାକୁ ଚାହୁଁଛ ପ୍ରତିବଦଳରେ ମାଧୁରୀ ଦିକ୍ଷିତ ଓ ରବୀନା ଟଣ୍ଡନଙ୍କୁ ପଠାଓ । ଆଉ ଏହାର କଡ଼ା ଜବାବରେ ଭାରତ ଏକ ବଡ଼ ଉପହାର ପାକିସ୍ତାନକୁ ଦେଇଥିଲା । ଭାରତ ରବୀନା ଟଣ୍ଡନଙ୍କ ନାମରେ ଏକ ମିସାଇଲ୍ ପଠାଇଥିଲା, ଯେଉଁଥିରେ ଲେଖାଯାଇଥିଲା ନୱାଜ ସରିଫଙ୍କ ପାଇଁ ରବୀନା ଟଣ୍ଡନ୍ ପଠାଇଛନ୍ତି ମିସାଇଲ୍ ( From Raveena Tondon to Nawaaz Sarif) । ଏହାର କାରଣ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ଅଭିନେତ୍ରୀ ରବୀନା ଟଣ୍ଡନଙ୍କର ଜଣେ ପ୍ରଶଂସକ ଥିଲେ ।
ତେବେ ଯୁଦ୍ଧ ବହୁତ ବର୍ଷ ପରେ ରବୀନା କହିଥିଲେ ଯେ ସେ ଏହା ବିଷୟରେ ସେତେବେଳେ କିଛି ଜାଣି ନ ଥିଲେ । ବହୁତ ସମୟରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ ।