ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୀର୍ଘ ସାତ ବର୍ଷ ପରେ ପୁଣି ଥରେ ଜିନପିଙ୍ଗ ଭାରତ ଆସିବା ନେଇ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି, "ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ସେପ୍ଟେମ୍ବର ୧୨ ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବେ।" ଆସନ୍ତା ଶନିବାର ଦିନ ଜିନପିଙ୍ଗ ଭାରତରେ ପହଁଚିବେ ।
ଜିନପିଙ୍ଗ ଗସ୍ତ ଦୁଇ ଦେଶ ପାଇଁ ବେଶ ଦୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହା ଦ୍ୱାରା ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ଆହୁରି ଦ୍ୱିଗୁଣିତ ହେବ ବୋଲି ବୈଦେଶିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୯ ଅକ୍ଟୋବର ମାସରେ ଜିନପିଙ୍ଗ ଶେଷ ଥର ଭାରତ ଗସ୍ତରେ ଆସିଥିଲେ । ଉଭୟ ଦେଶର ନେତା ଚେନ୍ନାଇରେ ସାକ୍ଷାତ କରିଥିଲେ ।