ନୂଆଦିଲ୍ଲୀ : ବଢୁଛି ସମୟ , ଗଡୁଛି ଦିନ । ଭୟଙ୍କର ରୂପ ନେଉଛି ଭାରତ-ପାକିସ୍ଥାନ ଯୁଦ୍ଧ । ଆଉ ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ସାରା ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଏବେ ଏଥିରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । କାଲିଠାରୁ ଅର୍ଥାତ ଆସନ୍ତା ମେ ୧୦ ତାରିଖ ଠାରୁ ଆଉ ପେଟ୍ରୋଲ ପମ୍ପରେ ହେବନି ଡିଡିଟାଲ କିମ୍ବା ୟୁପିଆଇ ପେମେଣ୍ଟ । ଯାହା ଏବେ ସାଧାରଣ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି ।
ଆସନ୍ତାକାଲିଠାରୁ ପେଟ୍ରୋଲ ପମ୍ପ ମାଲିକମାନେ ୟୁପିଆଇ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରୁ ପେମେଣ୍ଟ ନକରିବାକୁ ଘୋଷଣା କରିଛନ୍ତି । ତେବେ ଏଭଳି ନିଷ୍ପତି ମହାରାଷ୍ଟ୍ର ନାଗପୁରରେ ନିଆଯାଇଛି । ଡିଜିଟାଲ ପେମେଣ୍ଟ ମାଧ୍ୟମରେ ବଢ଼ୁଥିବା ସାଇବର ଠକେଇ ଯୋଗୁଁ ଦେଶର ଅନେକ ସହରର ପେଟ୍ରୋଲ ପମ୍ପ ମାଲିକ ଏବଂ ସଂଗଠନଗୁଡ଼ିକ ଡିଜିଟାଲ ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରିପୋର୍ଟ ଅନୁସାରେ, ନାଗପୁରର ପ୍ରାୟ ୨୫-୩୦ଟି ପେଟ୍ରୋଲ ପମ୍ପର ବ୍ୟାଙ୍କ ଆକାଉଣ୍ଟ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ସାଇବର ଅପରାଧ ତଦନ୍ତରେ ଅଚଳ ହୋଇଯାଇଛି। ଏହି ଆକାଉଣ୍ଟଗୁଡ଼ିକରେ ଠକେଇ ମାଧ୍ୟମରେ ପେମେଣ୍ଟ ଆସୁଥିବା ଅଭିଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ଏପରି ନିଷ୍ପତି ନିଆଯାଇଛି । ତେବେ ଏହା ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବେଳେ ଡିଜିଟାଲ ପେମେଣ୍ଟ ଉପରେ ନିର୍ଭର କରୁଥିବା ଗ୍ରାହକଙ୍କ ପାଇଁ ସମସ୍ୟା ହୋଇପାରେ। ଯେଉଁଥିପାଇଁ ଗ୍ରାହକମାନେ ଅସୁବିଧାରେ ପଡିପାରନ୍ତି ।