ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ପ୍ରତିଶୋଧ ମୁଖା ଭାରତ ଅପେରସନ ସିନ୍ଦୁର ଜରିଆରେ ଦେଉଛି କଡ଼ା ଜବାବ। ଭାରତର ରଣନୀତି ସାମ୍ନାରେ ପକିସ୍ତାନର ଅବସ୍ଥା ବେହାଲ ହୋଇପଡ଼ିଛି। ଯେତେ ମାଡ଼ ଖାଇଲେ ବି ସୁଧୁରୁନି ପାକିସ୍ତାନ। ରାତିସାରା ମି଼ସାଇଲ ଓ ରକେଟ ମାଡ଼ କରୁଛି। ଭାରତ ମଧ୍ୟ ଏହାର ଦୃଢ ଜବାବ ଦେଉଛି। ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ତେବେ ଅନେକଙ୍କ ମନରେ ଏବେ ପ୍ରଶ୍ନ ଉଙ୍କି ମାରୁଥିବ, ସତରେ କଣ ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ଆରମ୍ଭ ହୋଇଗଲାଣି? ଯୁଦ୍ଧ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହେବ କି, ନା କେବଳ ସଂକେତ ଯଥେଷ୍ଟ ?
ଯୁଦ୍ଧର ପର୍ଯ୍ୟାୟ ଏବଂ ପରିସ୍ଥିତି
-ଯଦିଓ ଯୁଦ୍ଧ ହଠାତ୍ ଆରମ୍ଭ ହେବା ପରି ମନେ ହୁଏ, ଏହା ଯେକୌଣସି ରୋଗ ପରି ଧୀରେ ଧୀରେ ବ୍ୟାପିଥାଏ । ଯେପରି ଏହା କୌଣସି କାରଣରୁ ରାଜନୈତିକ ଭାଷଣବାଜିରୁ ଆରମ୍ଭ ହୁଏ । ଉଦାହରଣ ସ୍ୱରୂପ, ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଉଛି । ଭାରତ ବିଭିନ୍ନ କୂଟନୈତିକ ପଦକ୍ଷେପ ନେଇ ଇସଲାମାବାଦ ସହି କିଛି ଚୁକ୍ତି ଭାଙ୍ଗିଲା ପରେ ଉଭୟ ଦେଶ ପରସ୍ପର ଉପରେ ଅନେକ କଟକଣା ଲଗାଇବା ଆରମ୍ଭ କଲେ । ଅନ୍ୟ ପଟେ ସୀମାରେ ସୈନ୍ୟ ମୁତୟନ କରାଗଲା । ଏହାରି ମଧ୍ୟରେ ଭାରତ ବାଛି ବାଛି ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାରେ ଆକ୍ରମଣ କରିଥିଲା । ଏହାକୁ ମିଲିଟାରୀ ଅପରେସ ବା ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଏ ।
ଯୁଦ୍ଧ କେବଳ ଦେଶର ସୀମା ମଧ୍ୟରେ ସୀମିତ ନୁହେଁ ବରଂ ଦେଶର ଯେକୌଣସି ସ୍ଥାନରେ ହୋଇପାରେ, ଶତ୍ରୁ ଯେକୌଣସି ସ୍ଥାନରୁ ଆତର୍କିତ ଆକ୍ରମଣ କରିପାରେ । ତେବେ ଏହାର ଶେଷ ପର୍ଯ୍ୟାୟ ହେଉଛି ପରମାଣୁ ଯୁଦ୍ଧ । ଯଦିଓ ପରମାଣୁ ଯୁଦ୍ଧର ସମ୍ଭାବନା କମ୍ କାରଣ ବଡ଼ ଶକ୍ତିମାନେ ଦୁଇ ଦେଶ ମଧ୍ୟରେ ସମାଧାନ କରିବା ପାଇଁ ଆଗକୁ ଆସୁଛନ୍ତି । ତଥାପି ପାକିସ୍ତାନ ଯେଭଳି ଆତଙ୍କବାଦୀଙ୍କ ଇଶାରାରେ ଚାଲୁଛି, ତେଣୁ ଏହି ଭୟ ଲାଗି ରହିବା ସ୍ୱାଭାବିକ ।
ଅଧିକ ପଢନ୍ତୁ: ସୋସିଆଲ ମିଡିଆ ୟୁଜର୍ସ ସାବଧାନ ରୁହନ୍ତୁ
ଯୁଦ୍ଧ ଆରମ୍ଭ ବୋଲି ସାଧାରଣ ନାଗରିକ କେମିତି ଜାଣିବେ ?
ସମ୍ୱିଧାନ ଅନୁଯାୟୀ ଯୁଦ୍ଧ ଘୋଷଣାର କୌଣସି ସିଧାସଳଖ ପ୍ରକ୍ରିୟା ନାହିଁ । ଯଦିଓ କେଳବ ନ୍ୟାସନାଲ ଏମରଜେନ୍ସି ବା ଜାତୀୟ ଜରୁରୀକାଳୀନ ପରିସ୍ଥିତ ଘୋଷଣା ନେଇ ଉଲ୍ଲେଖ ଅଛି । ଯଦି ଯୁଦ୍ଧ ଘୋଷଣା କରିବା କଥା ଆସେ ତେବେ, ରାଷ୍ଟ୍ରପତିଙ୍କର ଯୁଦ୍ଧ ଘୋଷଣା କରିବାର ଅଧିକାର ଅଛି। ସମ୍ୱିଧାନ ଧାରା ୩୫୨ରେ ଉଲ୍ଲେଖ ଅଛି ଯେ, ଜାତୀୟ ଜରୁରୀକାଳୀନ ଘୋଷଣା ହେଲେ, ଏହା ଯୁଦ୍ଧ ଭଳି ପରିସ୍ଥିତର ମୁକାବିଲା ପାଇଁ ଘୋଷଣା ବୋଲି ବିବେଚନା କରାଯାଇଥାଏ ।
ଯୁଦ୍ଧ ନିଷ୍ପତ୍ତିରେ କିଏ କିଏ ସାମିଲ ?
-ରାଷ୍ଟ୍ରପତି ହେଉଛନ୍ତି ସେନାର ସର୍ବୋଚ୍ଚ କମାଣ୍ଡର, ଅର୍ଥାତ୍ ତାଙ୍କର ଏହି ଅଧିକାର ଅଛି । ହେଲେ ସେ ଏକା ଏହି ନିଷ୍ପତ୍ତି ନେଇପାରିବେ ନାହିଁ । ତାଙ୍କୁ ସରକାରଙ୍କ ଠାରୁ ପରାମର୍ଶ ନେବାକୁ ପଡିବ । ଯଦି ଯୁଦ୍ଧ କିମ୍ୱା ଶାନ୍ତିର ଆନୁଷ୍ଠାନିକ ଘୋଷଣା ହୁଏ, ତେବେ ଏହା ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟଙ୍କର ପରାମର୍ଶ ନିଆଯାଇଥାଏ ।
-ପ୍ରକୃତରେ ଯୁଦ୍ଧର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥାଏ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଅନ୍ତର୍ଭୁକ୍ତ ।
-ଏହା ଛଡା ଆବଶ୍ୟକତା ଅନୁସାରେ ସେନା ମୁଖ୍ୟ, ଗୁଇନ୍ଦା ସଂସ୍ଥା ଏବଂ କୁଟନୀତିଜ୍ଞଙ୍କର ମଧ୍ୟ ମତାମତ ନିଆଯାଇପାରିବ ।
-ସଂସଦରେ ପ୍ରତିରକ୍ଷା ବଜେଟକୁ ଅନୁମୋଦନ କରାଯାଏ ଏବଂ ସରକାରଙ୍କ ଠାରୁ ଉତ୍ତର ମଧ୍ୟ ମଗାଯାଏ ।
ଅଧିକ ପଢନ୍ତୁ: OPERATION SINDOOR: ପାକିସ୍ତାନ ବିରୋଧରେ ଉପରୁ ଗୁଳିବର୍ଷା, ତଳୁ ପାଣିର ବନ୍ୟା କଲା ଭାରତ