ନୂଆଦିଲ୍ଲୀ: ଦୁଇ ଦେଶରେ ବଢ଼ୁଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହାତ ଖୋଲା ଦେଇଛନ୍ତି । ଆବଶ୍ୟକ ସ୍ଥଳରେ ନିଜର ଜରୁରୀ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସିଭିଲ୍ ଡିଫେନସ୍ ନିୟମ ଅଧିନରେ ଜରୁରୀ ସୁରକ୍ଷା କ୍ଷମତା ପ୍ରୟୋଗ କରିବାକୁ କୁହାଯାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବ ଓ ପ୍ରଶାସନକୁ ଚିଠି ଲେଖିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମେ ୭ ତାରିଖ ରାତିରେ ପହଲଗାମ ଆକ୍ରମଣର ପ୍ରତି ଜବାବରେ ଭାରତୀୟ ବାୟୁ ସେନା ପାକିସ୍ତାନ ଓ ପିଓକେରେ ଥିବା ବିଭିନ୍ନ ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିଲା । ମାତ୍ର ପାକିସ୍ତାନ ଗତ ଦୁଇ ରାତି ହେବା ଭାରତ ବିଭିନ୍ନ ବାୟୁସେନା ଠିକଣାକୁ ଟାର୍ଗେଟ୍ କରି ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରୁଛି । ଗତକାଲି ଜାମ୍ମୁ-କାଶ୍ମୀରରୁ ନେଇ ଗୁଜରାଟ ଯାଏ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଥିଲା । ମାତ୍ର ଭାରତ ତାର କଡ଼ା ଜବାବରେ ସମସ୍ତ ମିସାଇଲକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା । ଏହା ଭାରତ ପାକିସ୍ତାନର ବିଭିନ୍ନ ସହରରେ ଭୟଙ୍କର ଆକ୍ରମଣ କରିଥିଲା । ଲାହୋର, କରାଚୀ, ଇସଲାମବାଦ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ତାଣ୍ଡବ କରିଥିଲା ବାୟୁ ସେନା ।
ଅଧିକ ପଢନ୍ତୁ: କାର୍ଗିଲ ଯୁଦ୍ଧବେଳେ ପାକିସ୍ତାନ କହିଲା ମାଧୁରୀ ଓ ରବୀନାଙ୍କୁ ପଠାଅ, ଭାରତ ଉପହାରରେ ଦେଇଥିଲା ‘ରବୀନା ଟଣ୍ଡନ୍ ମିସାଇଲ୍’