ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଔଷଧ ନିର୍ମାତା କଂପାନୀ ଓ ବିତରକ ମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କଡା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରଚୁର ଔଷଧ ମହଜୁଦ ରଖିବା ସହ ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତବନୀ ବି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।
ଅଧିକ ପଢନ୍ତୁ: ସୋସିଆଲ ମିଡିଆ ୟୁଜର୍ସ ସାବଧାନ ରୁହନ୍ତୁ
ତେବେ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏହି ବୈଠକରେ ସେ ଦେଶରେ ଥିବା ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ। ଏହାଛଡ଼ା ଜରୁରୀକାଳୀନ ପରିସ୍ଥିତିରେ କିପରି ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସୁବିଧା ଊପଲବ୍ଧ କରି ହେବ ସେ ନେଇ ଆଲୋଚନା କରିଥିଲେ। ସମସ୍ତ ସ୍ବାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ କରାଯିବା ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଗୁରୁତ୍ବାରୋପ କରିଛନ୍ତି।