ଖୁବଶୀଘ୍ର ପ୍ୟାନ ଓ ଆଧାର କାର୍ଡକୁ ନେଇ କିଛି ପରିବର୍ତ୍ତନ ହେବା ପାଇଁ ଯାଉଛି। ଏପ୍ରିଲ ୧ରୁ ଏହି ପରିବର୍ତ୍ତନ ଆସିବା ନେଇ ସୂଚନା ମିଳିଥିବା ବେଳେ ଏଥିରେ ବ୍ୟତିକ୍ରମ ହେଲେ ପ୍ୟାନ କାର୍ଡ ରଦ୍ଦ କରାଯାଇପାରେ।
ଏପ୍ରିଲ ୧ରୁ ଦେଶରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ୍କୁ ଅନିବାର୍ଯ୍ୟ କରାଯାଇଛି। ଏଥିପାଇଁ ସମୟ ସୀମାକୁ ୩୧ ମାର୍ଚ୍ଚ ୨୦୨୪ ଯାଏଁ ବୃଦ୍ଧି କରାଯାଇଛି। ତେବେ ନିର୍ଦ୍ଧାରିତ ପ୍ୟାନ ଏବଂ ଆଧାର ଲିଙ୍କ ନହେଲେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ବୋଲି ସୂଚନା ମିଳିଛି।
ଅପରପକ୍ଷରେ, FasTag ପାଇଁ KYCକୁ ଅନିବାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିବା ନିମନ୍ତେ ସମୟ ଦିଆଯାଇଛି। ତେବେ ଏହା ଅପଡେଟ୍ ନକଲେ ଟୋଲ୍ ଗେଟରେ ଟଙ୍କା ନେଣଦେଣକୁ ନେଇ ଅସୁବିଧା ଉପୁଜିପାରେ ବୋଲି କୁହା ଯାଇଛି ।
ଅଧିକ ପଢନ୍ତୁ: କେବିଏନ୍ ଗ୍ୟାଙ୍ଗର ୮ ଜଣ ଗିରଫ