ଆଜିକାଲି ଅଧିକାଂଶ ଲୋକମାନେ ନିଜକୁ ଫିଟ ରଖିବା ସଙ୍ଗେ ସଙ୍ଗେ ସର୍ବଦା ସ୍ଲିମ ରହିବାକୁ ଚାଁହୁଛନ୍ତି। ତେଣୁ ବର୍ତମାନ ସମୟରେ ସମସ୍ତଙ୍କୁ ଓଜନ ହ୍ରାସ କରିବାର ଚିନ୍ତା ଘାରୁଛି। ଏଥିପାଇଁ କେହି ଡାଏଟ୍ କରୁଛନ୍ତି ତ ଆଉ କେହି ସର୍ଜରୀ କରି ନିଜର ମୋଟାପଣ କାମଉଛନ୍ତି। ହେଲେ ଏହି ସର୍ଜରୀ ଅନେକ ସମୟରେ ଲୋକଙ୍କର ଜୀବନ ନେଉଯାଉଛି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଓଜନ ହ୍ରାସ ପାଇଁ ସର୍ଜରୀ କରିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ପୁଡୁଚେରୀର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମୃତ ଯୁବକ ଜଣଙ୍କ ୨୬ ବର୍ଷିୟ ହୋଇଥିବା ବେଳେ ତାଙ୍କର ଓଜନ ଥିଲା ୧୫୦ କିଲୋ। ସେ ଓଜନ ହ୍ରାସ କରିବା ପାଇଁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ କରିଥିଲେ। ହେଲେ ଏହି ସର୍ଜରୀରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ତାଙ୍କର ବଢୁଥିବା ଓଜନ ପାଇଁ ମେଟାବଲିକ୍ ଓ ବାରିଆଟ୍ରିକ୍ ସର୍ଜରି କରିଥିଲେ। ସର୍ଜରି ଆରମ୍ଭ ହେବାର କିଛି ମିନିଟ୍ ପରେ ତାଙ୍କର ହାଟ୍ଵିଟ୍ କମିବାକୁ ଲାଗିଥିଲା। ଏହାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ମୃତଙ୍କ ପରିବାର ତରଫରୁ ଉତେଜନା ଦେଖିବାକୁ ମିଳିଥିଲା। ତେଣୁ ଏହି ଘଟଣାକୁ ନେଇ ତାମିଲନାଡୁ ସରକାର ହସ୍ପିଟାଲରେ ସମସ୍ତ କଥାକୁ ନେଇ ଯାଞ୍ଚ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମେଡିକାଲ ଟିମ୍ର ଅବହେଳା ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ତାମିଲନାଡୁ ସରକାର କହିଛନ୍ତି।