ବିଶ୍ଵର ଅନେକ ପେଣ୍ଟିଙ୍ଗ ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ପେଣ୍ଟିଙ୍ଗ ହେଉଛି ଲିୟୋନାର୍ଡୋ ଦା ବିଞ୍ଚଙ୍କ ଦ୍ୱାରା ତିଆରି ମୋନାଲିସା। ଏହି ପୋଷ୍ଟ୍ରେଟ୍ ପେଣ୍ଟିଂ ଯେତିକି ସୁନ୍ଦର ସେତିକି ଆଶ୍ଚର୍ଯ୍ୟକର। ଏହାକୁ ଦେଖିବାକୁ ବହୁ ପର୍ଯ୍ୟଟକ ଓ ଚିତ୍ରଶିଳ୍ପୀ ଫ୍ରାନ୍ସକୁ ଧାଇଁ ଆସିଥାନ୍ତି ତେବେ ଫ୍ରାନ୍ସର ଲାର୍ଭର ସଂଗ୍ରହାଳୟରେ ଥିବା ଏହି ବିଶ୍ଵପ୍ରସିଦ୍ଧ ମୋନାଲିସା ପେଣ୍ଟିଙ୍ଗକୁ ନିଜସ୍ଵ ଘର ମିଳିବ। ଏନେଇ ଲାର୍ଭର ସଂଗ୍ରହାଳୟର ମୁଖ୍ୟ ସୂଚନା ଜାରି କରିଛନ୍ତି।
ସୂଚନା ଅନୁସାରେ, ବିଶ୍ଵପ୍ରସିଦ୍ଧ ମୋନାଲିସା ପେଣ୍ଟିଙ୍ଗକୁ ନିଜସ୍ଵ ଘର ଦିଆଯିବାର କାରଣ ହେଉଛି ଏହାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ଵତନ୍ତ୍ରତା ଦିଆଯିବ। ଅତି ନିକଟରୁ ଏହି ଚିତ୍ରକଳା ଠିକ୍ ଭାବେ ଚିତ୍ରଶିଳ୍ପୀମାନେ ଦେଖିବା ସହ ତାହାର ମହତ୍ୱ ବିଷୟରେ ଅନୁଭବ କରିପାରିବେ। ଏହି ମୋନାଲିସା ପେଣ୍ଟିଙ୍ଗକୁ ସଂଗ୍ରହାଳୟର ସବୁଠାରୁ ବଡ଼ ହଲ୍ ବୁଲେଟ୍ ପ୍ରୁଫ୍ କାଚ ବାଇଣ୍ଡିଂ କେସରେ ରଖାଯାଇଛି। ତେବେ ପ୍ୟାରିସ୍ ସଂଗ୍ରହାଳୟର ଅଧକ୍ଷ ଲାରେନ୍ସ ଡେସ୍ କାର୍ସ କହିଛନ୍ତି ଯେ ମୋନାଲିସା ପେଣ୍ଟିଙ୍ଗକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକ ଠିକ୍ ଭାବେ ଏହାକୁ ନଦେଖି ନିରାଶ ହେଉଥିଲେ। ତେଣୁ ଏକା ସାଙ୍ଗରେ ୨୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏବଂ ମୋନାଲିସା ପେଣ୍ଟିଙ୍ଗର ରହସ୍ୟ ବିଷୟରେ ଜାଣିବା ପାଇଁ ଏହି ବ୍ୟବସ୍ଥା ଆମେ କରିଛୁ।