ଦେଶରେ ନିର୍ଵାଚନ ଆରମ୍ଭ ହୋଇଗଲାଣି କିନ୍ତୁ ନେତାମାନଙ୍କର ଦଳରୁ ଇସ୍ତଫା ଦେବା ଜାରି ରହିଛି । ବିଭିନ୍ନ ରାଜନୈତିକ ଦଳର ନେତାମାନେ କୌଣସି ନା କୌଣସି କାରଣରୁ ନିଜ ଦଳ ଛାଡୁଥିବାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏହି କ୍ରମରେ କଂଗ୍ରେସ ଦଳ ଛାଡ଼ିଲେ ଦିଲ୍ଲୀ କଂଗ୍ରେସ ଅଧ୍ଯକ୍ଷ ଅରବିନ୍ଦର ସିଂ ଲଭଲି । ଅରବିନ୍ଦର ସିଂ ଲଭଲି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ ପଠାଇ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି ।
ଅରବିନ୍ଦର ସିଂ ଲଭଲିଙ୍କ ଦଳରୁ ଇସ୍ତଫା ପରେ କଂଗ୍ରେସକୁ ବଡ଼ ଝଟକା ମିଳିଛି । ଦଳ ଛାଡିବା ପରେ କେଉଁ କାରଣରୁ ଦଳ ଛାଡିଛନ୍ତି ତାହା ମଧ୍ୟ କହିଛନ୍ତି ଅରବିନ୍ଦର ସିଂ ଲଭଲି । ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଦୀପକ ବାବରିଆ ଅରବିନ୍ଦର ସିଂ ଲଭଲିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାରୁ ସେ ଦଳ ଛାଡିଛନ୍ତି ବୋଲି ସୂଚନା ଦେଇଛନ୍ତି ।