ପୁଣି ଜଣେ ନିଟ୍ ଛାତ୍ରୀ ନିଖୋଜ । ୮ ଦିନ ହେଲାଣି ଛାତ୍ରୀଙ୍କ ପତ୍ତା ମିଳୁନାହିଁ । ରାଜସ୍ଥାନର କୋଟାରେ NEET ପାଇଁ କୋଚିଂ ନେଉଥିଲେ ଛାତ୍ରୀ ଜଣକ । ୪ ଦିନ ହେବ ପୋଲିସ ଖୋଜା ଖୋଜି କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳିନାହିଁ । ପରୀକ୍ଷା ଦେବାକୁ ଯାଇ ପିଜି ଛାଡିଥିଲେ ହେଲେ ଆଉ ଫେରିଲେ ନାହିଁ । ଲଗାତାର ଭାବେ ବଢିଚାଲିଛି କୋଟାରେ ଆତ୍ମହତ୍ୟା । କିଏ ନିଖୋଜ ହୋଇଯାଉଛନ୍ତି ତ ଆଉ କିଏ ନିଜ ଜୀବନ ହାରିଦେଉଛନ୍ତି। କୋଟରୁ ନିଖୋଜ ହେବ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ କୋଟରୁ ଅନେକ ଛାତ୍ର ଛାତ୍ରୀ ନିଖୋଜ ଥିଲେ ।
ସୂଚନା ଅନୁଯାୟୀ,ରାଜସ୍ଥାନର କୋଟାରେ ଉତ୍ତରପ୍ରଦେଶ କୁଶିନଗରର ଜଣେ ଛାତ୍ରୀ ବର୍ଷେ ହେଲା ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏପ୍ରିଲ ୨୧ ତାରିଖ ଦିନ ସେ ପରୀକ୍ଷା ଦେବାକୁ ଯାଉଛି କହି ସକାଳ ୭ ଟାରୁ ରହୁଥିବା ପିଜି ହଷ୍ଟେଲ୍ରୁ ପଳାଇଥିଲେ। ସେ ନ ଫେରିବାରୁ ଘର ମାଲିକ ପୋଲିସକୁ ଖବର ଜଣାଇଥିଲେ । ଏହାପରେ ପୋଲିସ ତାଙ୍କ ଘର ଲୋକଙ୍କୁ ଖବର ଜଣାଇ ଛାତ୍ରୀଙ୍କୁ ଖୋଜ ଖୋଜି କରିଥିଲେ । ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ କୋଟାରେ ପହଞ୍ଚିଛନ୍ତି।