ଚଳିତ ବର୍ଷ ଜୁଲାଇରୁ ଦେଶରେ ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋର ଟ୍ରାଏଲ ରନ୍ । ବହୁ ଶୀଘ୍ର ଦେଶର ଅଧିକାଂଶ ଅଞ୍ଚଳରେ ମେଟ୍ରୋ ସେବା ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଇଛି । ଦେଶରେ ମେଟ୍ରୋ ସେବା ଆରମ୍ଭ ହେଲେ ଯାତ୍ରୀମାନେ ବିଭିନ୍ନ ସୁବିଧାର ଲାଭ ଉଠାଇପାରିବେ । ମେଟ୍ରୋ ଚଳାଚଳ ଦ୍ୱାରା ବହୁ କମ ସମୟ ମଧ୍ୟରେ ଦୂର ସ୍ଥାନକୁ ସହଜରେ ଯାତ୍ରା କରି ହେବ । ମେଟ୍ରୋରେ ସମସ୍ତ ଅତ୍ୟାଧୁନିକ ପ୍ରଣାଳୀର ସୁବିଧା ମିଳିବା ସହିତ ଘଣ୍ଟା ପ୍ରତି ବେଗ ୧୩୦ କିଲୋମିଟର ରହିବ । ମେଟ୍ରୋ ସାହାଯ୍ୟରେ ୧୨୪ଟି ସହରକୁ ସଂଯୋଗ କରାଯିବ ।