କାନପୁର: ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଦମକଳ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
Khabar Odisha:Nation-Fire-breaks-out-in-a-godown-in-Collectorganj-area-of-Kanpur-fire-tenders-at-the-spot

କାନପୁର, ମଇ ୨୫ (ଖବର ଓଡ଼ିଶା): ଉତ୍ତରପ୍ରଦେଶର ଶିଳ୍ପର ସହର କାନପୁରରେ ଶନିବାର ସକାଳୁ ଅଗ୍ନିକାଣ୍ଡ ଦେଖାଯାଇଥିବା ଜଣାପଡ଼ିଛି । ସହରର କଲେକ୍ଟରଗଂଜ ଅଂଚଳରେ ଥିବା ଏକ ଗୋଦାମ ଘରେ ନିଆଁ ଲାଗିଛି । ଯେଉଁ ଗୋଦାମରେ ନିଆଁ ଲାଗିଛି, ସେଠାକାର ଉପର ମହଲାରେ ଲୋକେ ରହୁଛନ୍ତି । ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଗାଡ଼ି ପହଂଚିଛି । 

ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳ ବାହିନୀର କର୍ମଚାରୀ ମାନେ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି । କୋଠରେ ଆହୁରି କିଛି ଲୋକ ଫସିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । 

 

  • Tags:

Subscribe

National International State Sports Entertainment