ରାଜସ୍ଥାନରେ ଭୟ ବଢାଉଛି ‘ମମ୍ପସ୍’ ଭାଇରସ୍ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗ ପୂର୍ବରୁ ପିଲାମାନଙ୍କୁ ଆକ୍ରାନ୍ତ କରୁଥିଲା କିନ୍ତୁ ବର୍ତ୍ତମାନ ଏହା ବୟସ୍କମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଯାହାଫଳରେ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି । ଏହି ରୋଗ ହେଉଛି ମମ୍ପସ୍ ରୋଗ ଯାହାର ସଂକ୍ରମଣ ରାଜସ୍ଥାନରେ ଦ୍ରୁତ ଗତିରେ ବଢିଚାଲିଛି । ‘ମମ୍ପସ୍’ ଭାଇରସ୍ ଆକ୍ରାନ୍ତ ଫଳରେ ରାଜସ୍ଥାନରେ ୨ ଜଣ ପିଲାଙ୍କ ସମେତ ୬ ଜଣ ଶ୍ରବଣ କ୍ଷମତା ସଂପୂର୍ଣ୍ଣ ହରାଇଛନ୍ତି I
ଏହି ଭୁତାଣୁର ନିୟନ୍ତ୍ରଣ କରିବା ରାଜସ୍ଥାନରେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏ ପର୍ଯ୍ୟନ୍ତ ଭୂତାଣୁ ନିୟନ୍ତ୍ରଣ ନିମନ୍ତେ କୌଣସି ଟିକା ଉପଲବ୍ଧ ହୋଇ ନଥିବାରୁ ଏହା ତୀବ୍ର ବ୍ୟାପିବାରେ ଲାଗିଛି। ଗାଇଡଲାଇନ ଅନୁଯାୟୀ, ରୋଗର ସଂସ୍ପର୍ଶରେ ଆସିବା ପରେ ୨ ରୁ ୩ ସପ୍ତାହ ମଧ୍ୟରେ ମମ୍ପସ୍ ରୋଗ ସଂକ୍ରମଣର ଲକ୍ଷଣ ଦେଖାଯାଏ ଏବଂ ରୋଗୀକୁ ୧୦ ରୁ ୧୪ ଦିନ ପର୍ଯ୍ୟନ୍ତ ପ୍ରଭାବିତ କରେ । ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ଫ୍ଲୁ ଭଳି Iଏହି ରୋଗ ସଂକ୍ରମଣ କରିବା ଦ୍ୱାରା କାସ, ଛିଙ୍କ, ମୁଣ୍ଡ ବ୍ୟଥା ସହ ଜ୍ବର ଆସିଥାଏ ।
ଏଥିସହ କାନ ଆଖପାଖରେ ଫୁଲା ପଡିବା ସହ ଦରଜ ମଧ୍ଯ ହେଉଛି । ଏଣୁ ଏହାକୁ ସାଧାରଣ ଜ୍ବର ଭାବି ଅବହେଳା କଲେ ସଂକ୍ରମଣ ତୀବ୍ର ହେଉଛି I ଏହି ରୋଗ ହେତୁ ରୋଗୀର ସ୍ତନ, ମସ୍ତିଷ୍କ, ଅଗ୍ନାଶୟ ଏବଂ ମେରୁଦଣ୍ଡରେ ଫୁଲା ହୋଇପାରେ। ଏହା ସହିତ କେତେକ ବିରଳ କ୍ଷେତ୍ରରେ ବଧିରତା ମଧ୍ୟ ହୋଇପାରେ । ଏହିପରି ରୋଗୀଙ୍କୁ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା ଏବଂ ଘରେ ବିଶ୍ରାମ ନେବାକୁ ନିବେଦନ କରାଯାଇଛି। ଏହି ରୋଗ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢନ୍ତୁ :ୟୁପିରେ ହାଇଆର୍ଲଟ :ସାରା ରାଜ୍ୟରେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ମୁତୟନ